July 5, 2025
Home » ଅଭିନୟ କରୁଥିବା ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ

ଅଭିନୟ କରୁଥିବା ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ

0
WhatsApp Image 2024-12-22 at 11.55.28 AM

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ କହିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଭାରତୀୟ ଜନତା ପାର୍ଟି ସାଂସଦ ଅଭିନୟ କରୁଛନ୍ତି ଏବଂ ତାଙ୍କ ଅଭିନୟ ପାଇଁ ସେମାନଙ୍କୁ ପୁରସ୍କାର ଦିଆଯିବା ଉଚିତ।

ଗଣମାଧ୍ୟମ ସହ ସୂଚନା ଦେଇ ରାଜ୍ୟସଭା ସାଂସଦ କହିଛନ୍ତି, ‘ପ୍ରତାପ ଷଡଙ୍ଗୀ ନାଟକ କରୁଛନ୍ତି। ସେ ଓଡିଶାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ’ଣ କରିଥିଲେ?

ସେ ଆହୁରି ମଧ୍ଯ କହିଛନ୍ତି, ଆମେ ସମସ୍ତେ ସଂସଦ ଭିତରକୁ ଯାଉଥିଲୁ, ଏହି ଲୋକମାନେ ଆମକୁ ଭିତରକୁ ଯିବାକୁ ଦେଇନଥିଲେ। ଏହା ଏକ ଅଯଥା ଡ୍ରାମା। ମୁଁ ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତ ଏବଂ ନାଗାଲାଣ୍ଡର ମହିଳା ସାଂସଦଙ୍କ ପରଫର୍ମାନ୍ସ ଠୁ ଭଲ ଅଭିନୟ ମୋ ଜୀବନରେ କେବେ ଦେଖି ନାହିଁ। ଏହି ଲୋକମାନେ ଅଭିନୟ ପାଇଁ ପୁରସ୍କାର ପାଇବା ଉଚିତ୍।

ଉଲ୍ଲେଖଯୋଗ୍ୟ, ନିକଟରେ ସଂସଦରେ ବିଜେପି ନେତୃତ୍ବାଧୀନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଥିଲେ। ଆହତ ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯାହାପରେ ଉଭୟ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *