August 1, 2025
Home » ଅଭିମନ୍ୟୁ ଫାଉଣ୍ଡେସନ ର ଆଲୋଚନା ବୈଠକ

ଅଭିମନ୍ୟୁ ଫାଉଣ୍ଡେସନ ର ଆଲୋଚନା ବୈଠକ

0
WhatsApp Image 2025-07-29 at 1.15.24 PM

ବ୍ରହ୍ମପୁର: ଅଭିମନ୍ୟୁ ଫାଉଣ୍ଡେସନ ତରଫରୁ ଏକ ଆଲୋଚନା ବୈଠକ ପ୍ରତିଷ୍ଠାତା ଇ. ଅଭିମନ୍ୟୁ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଗାୟତ୍ରୀ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ଫାଉଣ୍ଡେସନ ର ମୂଳ ଲକ୍ଷ ନେଇ ଆଲୋଚନା କରାଯାଇଥିଲା । ସମସ୍ତ କର୍ମକର୍ତ୍ତାଙ୍କୁ ଏଠାରେ ପରିଚୟ ପତ୍ର ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ପାଦକ ରାକେଶ ପ୍ରଧାନ ଏହି ଅବସରରେ ଫାଉଣ୍ଡେସନ ର ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଥିଲେ ।ଉପଦେଷ୍ଟା ସୁଧୀର ପଟ୍ଟନାୟକ କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିବା ବେଳେ ଲୋକ ସମ୍ପର୍କ ଅଧିକାରୀ ସୁଦୀପ କୁମାର୍ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ।ଏହି ବୈଠକରେ ସଞ୍ଜୟ କୁମାର୍ ମହାରଣା, ରିଶିଦେବ ସାହୁ, ମନୋଜ କୁମାର ପଣ୍ଡା, ଲକ୍ଷ୍ମୀ ତ୍ରିପାଠୀ,
,ଚିନ୍ତାମଣି ସାହୁ, ଆକାଶ କୁମାର୍ କର, ମନୋଜ କୁମାର ସାହୁ, ସାଇନାଥ ମହାରଣା ,ଦୀପକ ପଟ୍ଟନାୟକ, ସୁବାସ ପଟ୍ଟନାୟକ, ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଭାବଗ୍ରାହୀ ଗୌଡ଼, ଆକାଶ ତ୍ରିପାଠୀ, ସୋମନାଥ ମହାରଣା ଓ ସନ୍ତୋଷ କୁମାର ରେଡ୍ଡୀ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଫାଉଣ୍ଡେସନ ତରଫରୁ କରୋନା ସମୟରେ ମାକ୍ସ ବଣ୍ଟନ ସହ କରୋ ନା ଯୋଦ୍ଧା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଗଞ୍ଜାମ ଜିଲ୍ଳାର ବହୁ ଗ୍ରାମରେ ମନ୍ଦିର ନିର୍ମାଣ ସହ ଆର୍ଥିକ ସହଯୋଗ ଯୋଗାଇ ଦିଆଯାଇଛି ବୋଲି ଏଠାରେ ପ୍ରତିଷ୍ଟାତ୍ରି ଇ.ପ୍ରଧାନ କହିଥିଲେ । ଆଗାମୀ ଦିନରେ ଫାଉଣ୍ଡେସନ ତରଫରୁ ବୃକ୍ଷ ରୋପଣ, ରକ୍ତ ଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ଅସହାୟ ଛାତ୍ରଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ପ୍ରଦାନ ସହ ଅନ୍ୟାନ୍ୟ ସେବା ମୂଳକ କାଜ୍ୟ କରାଯିବ ବୋଲି କୁହା ଯାଇଥିଲା । ବ୍ରହ୍ମପୁର ରେ ଶନି ମନ୍ଦିର ନିର୍ମାଣ କିପରି ଶୀଘ୍ର ସମୂର୍ଣ୍ଣ ହେବ ସେଥି ନେଇ ମଧ୍ୟ ଆଲୋଚନା ସହ ଗୁରୁତ୍ଵ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *