February 27, 2026
Home » ଅଭିଯୋଗ ପରେ ମଧ୍ୟ ସ୍ଥାନାନ୍ତର ହେଉନି ବିଦ୍ୟୁତ ଖୁଣ୍ଟ

ଅଭିଯୋଗ ପରେ ମଧ୍ୟ ସ୍ଥାନାନ୍ତର ହେଉନି ବିଦ୍ୟୁତ ଖୁଣ୍ଟ

0
WhatsApp Image 2024-12-09 at 5.39.22 PM

ସୁବର୍ଣ୍ଣପୁର – ସରକାର ବିପଦମୁକ୍ତ ବିଦ୍ୟୁତ୍ ଯୋଗାଣ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି; ହେଲେ ବିଭାଗୀୟ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଅନେକ ସମୟରେ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିବା ସହ ଅନେକ ଧନଜୀବନ ହାନି ହେଉଥିବାର ନଜିର ରହିଛି। ଏଭଳି ଏକ ବିଭାଗୀୟ ଅବହେଳାର ଚିତ୍ର ଦେଖିବାକୁ ମିଳିଛି ସୋନପୁର ସହରର ଅଧିନସ୍ଥ ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାରୁତି ନଗର ନିକଟ ଗଳି ରାସ୍ତାର ମଧ୍ୟ ଭାଗରେ ଏକ ବିଦ୍ୟୁତ୍ ଖୁଣ୍ଟ ରହିଥିବା ଯୋଗୁଁ ରାସ୍ତା ଉପରେ ନିର୍ଭରଶୀଳ ଅଧିବାସୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ପୃକ୍ତ ରାସ୍ତାଦେଇ ଚାରିଚକିଆ ଯାନ ଯାତାୟାତ କରୁନଥିବା ଏବଂ ସାଇକେଲ କିମ୍ବା ବାଇକରେ ଯାତାୟାତ କରୁଥିବା ଲୋକେ ଅଘଟଣ ଆଶଙ୍କାରେ ରହିଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କୋୖଣସି ସୁଫଳ ମିଳୁନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଦାଵି ହେଉଛି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *