ଅରୂପା ର ବାଣିଜ୍ୟ ମେଳା ଉଦଯାପିତ

ଶେଷ ସନ୍ଧ୍ୟା ରେ ଅସମ୍ଭାଳ ଭିଡ ୧ କୋଟି ରୁ ଉର୍ଦ୍ଧ୍ବ ବ୍ୟବସାୟ
ପାରାଦୀପ: ଅରୂପା ପକ୍ଷରୁ ପାରାଦୀପ ବିଜୁ ମଇଦାନ ରେ ଆୟୋଜିତ ବାଣିଜ୍ୟ ମେଳା ଆଜି ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ସିଏମଇ ସୁଶୀଲ ଚନ୍ଦ୍ର ନାହକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନିଜୀବୀ କୈଳାସ ଚନ୍ଦ୍ର ସାହୁ ଓ କଳିଙ୍ଗ ମହିଳା ଶକ୍ତିର ସଭାପତି ମନୋରମା ଖଟୁଆ ଉପସ୍ଥିତ ଥିଲେ।ସାଂସ୍କୃତିକ ସଭା ପରେ ମଞ୍ଚରେ ସ୍ଥାନୀୟ ଅଞ୍ଚଳର କଳାକାର ମାନେ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ କରିଥିଲେ। ଆଜି ରବିବାର ପାଇଁ ଉଦଯାପନୀ ସନ୍ଧ୍ୟାରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା।ଦୀର୍ଘ ୧୯ ଦିନ ଧରି ଚାଲିଥିବା ଏହି ବାଣିଜ୍ୟ ମେଳାର ପ୍ରତ୍ୟକ ସାନ୍ଧ୍ୟ ରେ ବନ୍ଦର ସହର ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଆସି କିଛିନା କିଛି ଜିନିଷ ପତ୍ର କିଣିବା ସହିତ ମିନାବଜାର ଷ୍ଟଲ, ବେଳାଭୂମି ବୁଲିବା ଓ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଜା ନେଇଥିଲେ।ପାଖାପାଖି ୧୫୦ ଟି ବିଭିନ୍ନ ଷ୍ଟଲ ରେ ପ୍ରାୟତଃ ଆଶାତୀତ ଭାବେ ବ୍ୟବସାୟ ହୋଇଥିଲା।ପ୍ରାୟତଃ ଓରମାସ, ହସ୍ତଶିଳ୍ପ ଓ ଟ୍ରାଇଫେଡ ଷ୍ଟଲ ଗୁଡିକରେ ଅଧିକ ବ୍ୟବସାୟ ହୋଇଥିଲା।ଏହା ବ୍ୟତୀତ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆୟୋଜିତ ଷ୍ଟଲ ଗୁଡ଼କରେ ମଧ୍ୟ ଭଲ ବ୍ୟବସାୟ ହୋଇଛି।ମୋଟ ଉପରେ ପ୍ରାୟ ୧ କୋଟି ରୁ ଉର୍ଦ୍ଧ୍ବ ବ୍ୟବସାୟ ହୋଇଥିବା ଆୟୋଜକ ଅରୂପା ର ସିଇଓ ଅଶୋକ କୁମାର ସାହୁ ସୂଚନା ଦେଇଛନ୍ତି।ଅରୂପା ହସ୍ତଶିଳ୍ପ ଓ ବୁଣାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ କୁ ବାଣିଜ୍ୟ ମେଳା ଆୟୋଜନ କରି ସାରା ଓଡ଼ିଶାରେ ପ୍ରଶଂସିତ ହୋଇ ପାରିଛି ବୋଲି ମୁଖ୍ୟ ଅତିଥି ଶ୍ରୀ ନାହକ ସଭାରେ କହିଛନ୍ତି।ବିଶେଷକରି ଏହି ବାଣିଜ୍ୟ ମେଳାରେ ଚାନ୍ଦୁଆ କାମ, କତା କାମ, ସମ୍ବଲପୁରୀ ଡ୍ରେସ, ମାଣିଆ ବନ୍ଦ ଶାଢୀ ଡ୍ରେସ, ଗୁଜୁରାତି ବେଡ଼ସିଟ, ପଞ୍ଜାବୀ ସୁଟ, ରାଜସ୍ଥାନ ଜୋତା, କଲିକତା ଲାଖ ଚୁଡ଼ି, ବନାରସୀ ଶାଢୀ ଷ୍ଟଲ ରେ ସ୍ଥାନୀୟ ଲୋକଙ୍କ ର ଚାହିଦା ରହିଥିଲା।
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ