July 4, 2025
Home » ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ଅନୁଷ୍ଠିତ

ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ଅନୁଷ୍ଠିତ

0
WhatsApp Image 2025-03-01 at 5.51.55 PM

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ନିର୍ଦ୍ଦେଶ ପ୍ରକାରେ ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜ଼ିଲ୍ଲା ପ୍ରଶାସନ ଦ୍ଵାରା ୧/୩/୨୫ ତାରିଖ ଦିନ ଅର୍ନ୍ତଜାତୀୟ ହ୍ଵିଲ ଚେୟାର ଦିବସ ପାଳନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ବସ୍ ଷ୍ଟାଣ୍ଡ ଠାରୁ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ଜ଼ିଲ୍ଲାର ବିଭନ୍ନ ଅନୁଷ୍ଠାନ ବିଶେଷ ଭାବରେ ନାୟକଗୁଡା ସ୍ଥିତ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ଏହି ସଚେତନତା ପଦଯାତ୍ରାକୁ ସଫଳ କରିଥିଲେ । ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ଯୋଜନା ସମ୍ପର୍କରେ ମଧ୍ୟ ଏକ ସଭା ମଧ୍ୟ ଆୟୋଜନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜ଼ିଲ୍ଲାର ସାମାଜିକ ସୁରକ୍ଷା ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧରୁଆ ଓ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସଦର ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଓ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *