ଅଲ୍ ଓଡ଼ିଶା କଣ୍ଟ୍ରାକଚୁଆଲ ପାରାମେଡ଼ିକିସ ଆସୋସିଏସଅନ ପକ୍ଷରୁ ଦାବିପତ୍ର ପ୍ରଦାନ।
କେନ୍ଦୁଝର: ଗତକାଲି କଣ୍ଟ୍ରାକଚୁଆଲ ଭାବେ କାର୍ଯ୍ୟ କରୁଥିବା ଫାର୍ମାସିଷ୍ଟ, ନର୍ସିଂ ଅଫିସର, ଏବଂ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ମାନେ ମିଳିତ ଭାବେ ଏକ ଦାବିପତ୍ର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଏହାର ଏକ ଏକ ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରୀ, ନିର୍ଦ୍ଦେଶକ ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡିଶାଙ୍କୁ ପ୍ରଦାନ କରିଛନ୍ତି। ସେମାନଙ୍କର ପ୍ରମୁଖ ଦାବି ଗୁଡିକ ହେଲା ସେମାନଙ୍କୁ ତତ୍କାଳ ନିୟମିତ ସରକାରୀ କର୍ମଚାରୀ ଭାବେ ଗ୍ରହଣ କରିବା, ଚାକିରୀ ସୁରକ୍ଷା ଓ ପେନସନ ଭଳି ସୁବିଧା ପ୍ରଦାନ, ନିୟମିତ ପଦୋନ୍ନତିର ବ୍ୟବସ୍ଥା ପ୍ରଦାନ, ସମାନ କାମକୁ ସମାନ ଦରମା, ବାର୍ଷିକ ବେତନ ବୃଦ୍ଧି, ଇଫିଏଫ ଓ ମହଙ୍ଗା ଭତ୍ତା ପ୍ରଦାନ, ଘରଭଡା ପ୍ରଦାନ ପ୍ରଭୃତି ରହିଛି।ଏହି ଦାବି ଗୁଡିକ ଯଦି ଆଗାମୀ ୧୦ ଦିନ ମଧ୍ୟରେ ପୂରଣ କରା ନ ଯାଏ, ତାହେଲେ ବାଧ୍ୟ ହୋଇ ସରକାରଙ୍କୁ ଅସହଯୋଗ କରି ଆନ୍ଦୋଳନ କରିବୁ ବୋଲି ସଂଘର ସଭାପତି ଅମରେଶ ତ୍ରିପାଠୀ ଓ ସମ୍ପାଦକ ରାକେଶ କୁମାର ବେହୁରା ଜଣାଇଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ
