ଅଷ୍ଟ ପ୍ରହରୀ ନାମ ଯଜ୍ଞ ମହୋତ୍ସବ ଉପଲକ୍ଷେ କଳସ ଯାତ୍ରା
l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପାମାଳ ପଞ୍ଚାୟତ ଅନ୍ତର୍ଗତ ହନୁମାନପାଲି ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ମାଘ ତିଳ ସପ୍ତମୀ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଆଜି ପବିତ୍ର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୀଘ୍ର ବର୍ଷ ଧରି ଚାଲିଆସୁଥିବା ଏହି ମାଘ ସପ୍ତମୀ କୁ ଉତ୍ସବ ଭାବେ ପାଳନ କରି ଆସୁଛନ୍ତି। ନୁଆଁପାଲି ମହାନଦୀ ଘାଟରୁ ଶହ ଶହ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭଜନ ସଂକୀର୍ତ୍ତନ୍ୟ ସହ ଜଳ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। ଗାଁ ସୁରେନ୍ଦ୍ର ମେହେର ଓ ତାଙ୍କ ଧର୍ମପତ୍ନୀ ଗୁଳାପି ମେହେର ପ୍ରହାର ଘରର କର୍ତ୍ତା ଭାବେ ଆଉ ଯଜ୍ଞକୁଣ୍ଡରେ ଉପେନ୍ଦ୍ର ମେହେର ତାଙ୍କ ଧର୍ମ ପତ୍ନୀ ସବିତା ମେହେର ଏବଂ ନାମ ଯଜ୍ଞର ପୂଜକ ରୂପେ ସଦାନନ୍ଦ ପଣ୍ଡା ଓ ଯଜ୍ଞ କୁଣ୍ଡର ଜପକ ରୂପେ ବାମନ ପଣ୍ଡା ଦାୟିତ୍ଵ ନିର୍ବାହ କରୁଛନ୍ତି।
ଆସନ୍ତାକାଲି ମଙ୍ଗଳବାର ସକାଳ ୦୮ଘଣ୍ଟା ସମୟରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ନାମାରମ୍ଭ ହେବ ବୋଲି ଜଣାପଡିଛି ଆୟୋଜକ କମିଟି ପକ୍ଷରୁ ସଭାପତି ହରି ମେହେର, ସମ୍ପାଦକ ଦୀନବନ୍ଧୁ ମେହେର, କୋଷାଧ୍ୟକ୍ଷ ଶିବରାମ ମେହେରଙ୍କ ସହ ଗ୍ରାମର ବୈଶାଖୁ ମେହେର,ଅର୍ଜୁନ ମେହେର, ଗଣପତି ମେହେର,ନବୀନ ବାଘ,ନକୁଳ ମେହେର,ଇଶ୍ଵର ହାତୀ, ତ୍ରିନାଥ ମେହେର,ମନରଞ୍ଜନ ମେହେର,କନ୍ଦର୍ପ ମେହେର,ଦ୍ଵାରୁ ହାତୀ,ହାଡୁ ମେହେର, ଗୁର ମେହେର,ପଳାଉ ମେହେର,ରାଜୁ ପଧାନ,ରାମକୃଷ୍ଣ ମେହେର,ଘନଶ୍ୟାମ ମେହେର,ନେପାଳ ମେହେର, ରାଧାମୋହନ ମେହେର,ସମରୁ ମେହେର,ନାଥ ମେହେର, ରାଜୁ ମେହେରଙ୍କ ସହ ସମସ୍ତ ଗ୍ରାମବାସୀର ବୃନ୍ଦ ସହଯୋଗ କରୁଛନ୍ତି।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )