ଆଇ॰ଏମ॰ଟି॰ ଫାର୍ମାସୀ କଲେଜର ୩୫ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ପୁରୀ: ଓଡିଶାର ଅନ୍ୟତମ ପୁରାତନ ଫାର୍ମାସୀ ଶିକ୍ଷାନୁଷ୍ଠାନ ଆଇ॰ଏମ॰ଟି॰ ଫାର୍ମାସୀ କଲେଜ, ପୁରୀର ୩୫ତମ ବାର୍ଷିକ ଉତ୍ସଵ ମହାଆଡମ୍ବରେ ପାଳିତ ହୋଇଯାଇଛି । ପୁରୀ ଗୋପାଳପୁର ସ୍ଥିତ କଲେଜ ପରିସରରେ ଆୟୋଜିତ ଏହି ଦୁଇ ଦିନିଆ ଉତ୍ସବକୁ ତା ୨୨/୦୨/୨୦୨୫ ରିଖ ସଂଧ୍ୟାରେ ଉଦଘାଟନ କରିଥିଲେ ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ । ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ କହିଥିଲେ “ଆଇ॰ଏମ॰ଟି॰ ବିଗତ ୩୫ ବର୍ଷରେ ଶହଶହ କୁଶଳୀ ପାରାମେଡିକାଲ ପ୍ରଫେସନାଲ ସୃଷ୍ଟି କରି ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସମୃଦ୍ଧି କରିଛି” । ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରଫେସର ଡ॰ ଅନ୍ନଦା ପ୍ରସାଦ ମହାପାତ୍ର । ସଭାପତିତ୍ଵ କରିଥିଲେ ପ୍ରତିଷ୍ଠ।ତା ଡ଼॰ ବିଶ୍ଵନାଥ ରଥ । ବାର୍ଷିକ କ୍ରୀଡାର କୃତ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ପରିଶେଷରେ ଆକର୍ଷକ ଫ୍ୟାସନ ଶୋ, ସଂଗୀତ ଓ ନୃତ୍ୟର ପରିବେଶ ସମସ୍ତଙ୍କୁ ଆମୋଦିତ କରିଥିଲା ।
ତା ୨୩/୦୨/୨୦୨୫ ରିଖ ସଂଧ୍ୟାରେ ଉଦଯାପନ ଉତ୍ସବରେ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ରୂପେ ଯୋଗ କହିଥିଲେ ‘’ ବିଗତ ୩୫ ବର୍ଷରେ ରାଜ୍ୟର ହଜାର ହଜାର ଛାତ୍ର ଛାତ୍ରୀ ଡାକ୍ତରଖାନା, ଔଷଧ ତିଆରି କାରଖାନା, ଔଷଧ ଦୋକାନ ଓ ଅନ୍ୟ ପାରାମେଡିକାଲ ସେବାରେ ନିଯୁକ୍ତି ପାଇଥିବା ଅନୁଷ୍ଠାନ ପାଇଁ ଗର୍ବର ବିଷୟ । ଆଗାମୀ ଦିନରେ ଆହୁରି ନୂଆ ନୂଆ ପାଠ୍ୟକ୍ରମ ଖୋଲି ଅନୁଷ୍ଠାନ ଗୁଣାତ୍ମକ ଶିକ୍ଷାଦାନ କରିବ ବୋଲି ଆଶା କରିଛି ‘’। ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ , ପୁରୀ ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର ଓ ସଞ୍ଜିବନୀ ହସ୍ପିଟାଲର ନିର୍ଦେଶକ ଡ଼ ଦେବେନ୍ଦ୍ରନାଥ ତରାଇ ଯୋଗଦେଇ ନିଜ ବକ୍ତବ୍ୟରେ ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ମୁଖ୍ୟ ବକ୍ତା ପ୍ରସିଦ୍ଧ ଡାକ୍ତର ପ୍ରକାଶ ଚନ୍ଦ୍ର ଦଳେଇ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ତମ ସେବକ ଓ ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ବିଭିନ୍ଣ ପାଠ୍ୟକ୍ରମରେ ଶୀର୍ଷସ୍ଥାନ ଲାଭ କରିଥିବା ଉତ୍ତମ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବାର୍ଷିକ ବିବରଣୀ ପାଠ କରିଥିଲେ ଅଧକ୍ଷ ଡ॰ ଅଗ୍ନିମିତ୍ର ଦୀନ୍ଦା, ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫେସର ପ୍ରକାଶ ସେନାପତି । ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରଯାଇଥିଲା ।
ଅନୁଷ୍ଠାନର ନିର୍ଦେଶକ ନିର୍ଦେଶକ ମନୋଜ ରଥ , ଶ୍ରୀମତୀ ଦେବସ୍ମିତା ରଥ, ଉପଧାକ୍ଷ ଦେବାଶିଷ ମିଶ୍ର, ବିଭାଗ ମୁଖ୍ୟ ସମୀର ପାତ୍ର, ଅଳକା ପ୍ରିୟଦର୍ଶିନୀ କର, କମଳାକାନ୍ତ ଆଚାର୍ୟ , ଡ। ନିର୍ମାଲ୍ୟ ଚନ୍ଦନ , ଡ। ନିଗମ ମାଇତି , ଡ ତୁଷାର ମହାପାତ୍ର , ଅଧ୍ୟାପକ ଦେବଦତ୍ତ ସାହୁ , ଜଗନ୍ନାଥ ପ୍ରସାଦ ମିଶ୍ର , ଦେବାଶିଷ ଦାସ , ସ୍ନେହାଶିଷ ତ୍ରିପାଠୀ, ସୁଜିତ ହରିଚନ୍ଦନ , ଜ୍ୟୋତିର୍ମୟୀ ଦାଶ ,ସହାୟକ ପ୍ରଦୀପ ସ୍ଵାଇଁ , ନିରଞ୍ଜନ ନାୟକ , ରବି ସାହୁ ,ଆଦିତ୍ୟ ପ୍ରଧାନ , ପ୍ରଭାତ ପଣ୍ଡା , ସଞ୍ଜୟ ବେହେରା , ମନୋରଞ୍ଜନ ବେହେରା ବିଜୟ ଶେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )