ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ

ପାରାଦୀପ – ଭାରତୀୟ ତୈଳ ନିଗମ ଲିଃ (ଆଇଓସିଏଲ) ପାରାଦୀପ ତୈଳ ବିଶୋଧନାଗାର ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ତାରିଖ ଶୁକ୍ରବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରର ପାରାଦୀପ ରିଫାଇନରୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ତୈଳ ବିଶୋଧନାଗାର ମୂଖ୍ୟ କୌଶିକ ବସୁ ବିଶୋଧନାଗାର ଟାଉନସିପ ସ୍ଥିତ ନେତାଜୀ ସୁବାସ ଚନ୍ଦ୍ର ବୋଷ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ l
ସମସ୍ତ ପାରାଦୀପ ତୈଳ ବିଶୋଧନାଗାର ପରିବାର ମିଳିତ ଭାବରର ଜାତୀୟ ସଂଗୀତ ଗାନ କରିଥିଲା। ଏହି ସମାରବଶକୁ ସମ୍ବୋଧିତ କରି ଶ୍ରୀ ବସୁ, ଆମ ଦେଶର ସ୍ୱାଧୀନତା ହାସଲ କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ମହାନ ନେତା ଓ ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସରରେ ପରେଡ ଓ ଡିପିଏସ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣକରାଯାଇଥିଲା l ଏତଦବ୍ୟତୀତ ସ୍ୱାଧୀନତା ଦିବସ ଅବସରରର,ବିଶୋଧନାଗାର ନିକିଟସ୍ଥ ଅନାଥାଶ୍ରମ କୁ ଅତ୍ୟାବଶକ ସାମଗ୍ରୀ ବଣ୍ଟନ କରାଯାଇଥିଲା l
paradeep ru prasant das nka report epa news