ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ତ୍ରୁତୀୟ ଲିଙ୍ଗି ମାନଙ୍କ ପାଇଁ ଆଇନ ଅଧିକାର ସଚେତନତା ଶିବିର

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟ ନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା: ୨୯.୦୧.୨୦୨୫ ରିଖ ବୁଧବାର ଦିନ ରାୟଗଡା ସିଭିଲକୋର୍ଟ ପରିସରରେ ଥିବା କନଫରେନ୍ସ ଗୃହରେ ତ୍ରୁତୀୟ ଲିଙ୍ଗି ମାନଙ୍କର ଅଧିକାର ସଂପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସୋସିଆଲ ସିକ୍ୟୁରିଟି ଅଫିସର ପୁଷ୍ପଲତା ଡିକ୍ସିଟ୍, ପ୍ରୋଟେକ୍ସନ ଅଫିସର ପ୍ରତିମାରାଣୀ ଦାସ, ରାୟଗଡା ରେଲୱେ ଷ୍ଟେସନର ସବ ଇନ୍ସପେକ୍ଟର କେ.ଏସ୍.ଭି.ଏନ୍.ଏସ୍ ଆପାରାଓ, ରାୟଗଡା ବାର ଆସୋସିଏସନର ଓକିଲ ଶ୍ରୀ ସାମୁଏଲ୍ ତାଣ୍ଡୀ, କିଶୋର ସାହୁ, ଦେବରାଜ ନାଏକ, ଜିଲ୍ଳା ଆଇନସେବା ପ୍ରାଧିକରଣର ପ୍ରଣ୍ଟ ଅଫିସ ରିଟେନର ଭାରତୀ ତ୍ରିପାଠି, ମା ମଝିଘରିଆଣୀ କମ୍ୟୁନିଟି ବେସଡ୍ ଅରଗାନାଇଜେସନ ର ସଭାପତି, ସଂପାଦକ ସମେତ ୪୦ରୁ ଉର୍ଦ୍ଧ ତ୍ରୁତୀୟ ଲିଙ୍ଗି, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପାରାଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ର ସୋସିଆଲ ସିକ୍ୟୁରିଟି ଅଫିସର ନିଜର ବକ୍ତବ୍ୟରେ ତ୍ରୁତୀୟ ଲିଙ୍ଗି ମାନଙ୍କ ପାଇଁ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ସ୍କଲାରସିପ ଯୋଜନା, ଦକ୍ଷତା ବିକାଶ ଯୋଜନା, ଆଜିବିକା ପ୍ରସାହନ ଯୋଜନା, ରିଭଲବିଙ୍ଗ ଫଣ୍ଡ ଏଥିସହିତ ଅନ୍ୟାନ୍ୟ ସ୍କିମ ଉପରେ ଆଲୋକପାତ କରିଥିଲେ I ତ୍ରୁତୀୟ ଲିଙ୍ଗି ମାନେ ସର୍ବୋପରି ଏକ ମଣିଷ ଓ ସମ୍ବିଧାନ ଅନୁସାରେ ସବୁ ମଣିଷ ମାନଙ୍କର ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଅଛି ଏବଂ ଏହି ନାର୍ଯ୍ୟଦାବି ପୂରଣ ଓ ସେମାନଙ୍କର ପାଇଁ ଆର୍ଥିକ ସ୍ୱାବଲମ୍ବି କରିବା ସମସ୍ତଙ୍କର ଦାୟିତ୍ୱ ଅଟେ ବୋଲି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଂପାଦକ ଶ୍ରୀ ସୁବ୍ରତ ଆଚାର୍ଯ୍ୟ କହିବା ସଙ୍ଗେସଙ୍ଗେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ୱାରା ଉପଲବ୍ଧ ଥିବା ବିଭିନ୍ନ ଯୋଜନା ଉପରେ ନିଜର ବକ୍ତବ୍ୟ ରଖିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜର ବକ୍ତବ୍ୟରେ ଶିକ୍ଷା କୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ତ୍ରୁତୀୟ ଲିଙ୍ଗି ମାନଙ୍କ ର ସୁରକ୍ଷା, ସେମାନେ କିପରି ଶିକ୍ଷିତ ଏବଂ ସଂସ୍କାରି ହୋଇ ମର୍ଯ୍ୟାଦାପ୍ରାପ୍ତ ହୋଇ ସମାଜର ମୂଖ୍ୟ ସ୍ରୋତ ରେ ସାମିଲ ହୋଇପାରିବେ ବୋଲି ନିଜ ନିଜର ମତ ରଖିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ମା ମଝିଘରିଆଣୀ କମ୍ୟୁନିଟି ବେସଡ୍ ଅରଗାନାଇଜେସନ ର ତ୍ରୁତୀୟ ଲିଙ୍ଗି ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ