ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୧୦.୧୦.୨୦୨୫ ରିଖ ଶୁକ୍ରୁବାର ସକାଳ ଘ ୧୧.୦୦ମି ରେ ସ୍ଥାନୀୟ ନୂତନ ଗ୍ୟାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ବାର ଆସୋସିଏସନର ଓକିଲ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ଶ୍ରୀ ବିଶ୍ୱନାଥ ଗନ୍ତାୟତ, ନୂତନ ଗ୍ୟାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ର ଫିଜିଓ ଥେରାପିଷ୍ଟ ଦାମୋଦର ଚାନ୍ଦ, ପ୍ରିନ୍ସିପାଲ ଓ ଅନ୍ୟ ଶିକ୍ଷକ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I ନିଜର ବକ୍ତବ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନାଲସା ସ୍କିମ, ମେଣ୍ଟାଲ ହେଲଥ ଆକ୍ଟ ଓ ସରକାରଙ୍କ ତରଫରୁ ମାନସିକ ପିଲାମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା କରିଥିଲେ I ସେହିପରି ଉପସ୍ଥିତ ଥିବା ଅନ୍ୟ୍ ଅତିଥିମାନେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଦିତ ବିଭିନ୍ନ ଆଇନ ଓ ସରକାରଙ୍କ ତରଫରୁ ମାନସିକ ପିଲାମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ନିଜ ନିଜ ବକ୍ତବ୍ୟରେ କହିଥିଲେ I ସେହିପରି ଅପରାହ୍ନ ୪.୦୦ମି ସମୟ ରେ ସ୍ଥାନୀୟ ଶକ୍ତି ବରିଷ୍ଠ ନାଗରିକ ଗୃହ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଶକ୍ତି ବରିଷ୍ଠ ନାଗରିକ ଗୃହ ର ଅଧ୍ୟକ୍ଷ ତଥା କର୍ମଚାରୀ ଓ ସମସ୍ତ ବରିଷ୍ଟ ନାଗରିକ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇ ଥିବା ବିଭିନ୍ନ ଆଇନ ଓ ସରକାରୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ବରିଷ୍ଠ ନାଗରିକ ପାଇ ଥିବା ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ନୂତନ ଗ୍ୟାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ର ସମସ୍ତ ଛାତ୍ର ଓ ଛାତ୍ରୀ, ଶକ୍ତି ବରିଷ୍ଠ ନାଗରିକ ଗୃହ ର ସମସ୍ତ ବରିଷ୍ଠ ନାଗରିକ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
