August 27, 2025
Home » ଆଇରନ ବଟିକା ଖାଇ ଛାତ୍ରୀ ଗୁରୁତର

ଆଇରନ ବଟିକା ଖାଇ ଛାତ୍ରୀ ଗୁରୁତର

0
WhatsApp Image 2025-07-30 at 12.29.03 PM

ସୁବର୍ଣ୍ଣପୁର –ସୋନପୁର ପୌର ପରିଷଦ ଅନ୍ତର୍ଗତ ମଝିପଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପଞ୍ଚମ ଶ୍ରେଣୀ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି l ସରକାର ଙ୍କ ଦ୍ଵାରା ବଣ୍ଟନ କରାଯାଉଥିବା ଆଇରନ ଟେବଲେଟ୍ ଖାଇ ଛାତ୍ରୀ ଗୁରୁତର l ବିଦ୍ୟାଳୟ ର ଶିକ୍ଷୟିତ୍ରୀ ମାନଙ୍କୁ ପଚାରି ବୁଝିବାରୁ ଗତକାଲି ୨.୩୦ ମିନିଟ ରେ ଔଷଧ ଦେଇଥିବା ବେଳେ ୩ ଟା ରୁ ଦେହ ଖରାପ ଜାଣିବାକୁ ପାଇଲେ ମାତ୍ର ବିଦ୍ୟାଳୟ ଠାରୁ ୫୦୦ ମିଟର ଦୂରତା ରେ ସହରାଞ୍ଚଳ ଆରୋଗ୍ୟ ମନ୍ଦିର କୁ ନେଇ ନ ଥିଲେ ବିଦ୍ୟାଳୟ ଶିକ୍ଷୟିତ୍ରୀ।ଏହି ଔଷଧ ଖାଇବା ପରେ ଛାତ୍ରୀ ଟି ଅତ୍ୟନ୍ତ ଗୁରୁତର ହୋଇ ଯାଇଥିଲା। ଅଭିଭାବକ ଉକ୍ତ ଛାତ୍ରୀ ଙ୍କୁ ନେଇ ସୁବର୍ଣ୍ଣପୁର ମୁଖ୍ୟ ଡାକ୍ତର ଖାନା କୁ ନେଇ ଚିକିତ୍ସା କରାଇଥିବା ଖବର ମିଳିଛି। ବିଦ୍ୟାଳୟ ରୁ ଘର କୁ କେହି ଛାଡ଼ିବାକୁ ଆସି ନ ଥିବା ବେଳେ ଝିଅ ଟି ଘର କୁ ଆସି ମା କୁ କାନ୍ଦି କାନ୍ଦି ମୁଣ୍ଡ ବୁଲାଉଥିବା କହିଥିବା ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି ଛାତ୍ରୀ ର ମା l କାଉନସିଲର କଇଁରୁ ସ୍ୱାଇଁ ଘଟଣା ଜାଣିବା ପରେ ବିଦ୍ୟାଳୟ ପରିଦର୍ଶନ କରି ଘଟଣା ବିଷୟ ରେ ଶିକ୍ଷୟିତ୍ରୀ ଙ୍କୁ ପଚାରି ବୁଝିଥିବା ସୂଚନା ମିଳିଛି। କେତେକ ଗଣ ମାଧ୍ୟମ ପ୍ରତିନିଧି ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଙ୍କୁ ସାକ୍ଷାତ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର କାର୍ଯ୍ୟାଳୟ ଖୋଲା ଥିବା ବେଳେ ସେ ଅନୁପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *