April 24, 2025
Home » ଆଇ.ଆର.ଇ.ଏଲ୍. ସୌଜନ୍ୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଆଇ.ଆର.ଇ.ଏଲ୍. ସୌଜନ୍ୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

0

ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଡ଼ାପଦର ଗ୍ରାମରେ ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଗୁରୁବାର ଲୋକାର୍ପିତ ହେଇଯାଇଛି । ପୋଡ଼ାପଦର ସରପଞ୍ଚ ଶ୍ରୀମତୀ ସୁଜାତା ଦାସ, ଆଇ.ଆର.ଇ.ଏଲ୍. ପ୍ରତିଷ୍ଠାନ ର ସାମାଜିକ ଦାୟିତ୍ଵବୋଧ ବିଭାଗ (ସି.ଏସ୍.ଆର୍.) ର ବରିଷ୍ଠ ମ୍ୟାନେଜର ଦୀପକ୍ ମିଶ୍ର, ମ୍ୟାନେଜର ପୁନିତ୍ ମହାନ୍ତି, ଛତ୍ରପୁର ପ୍ରେସ କ୍ଲବ୍ ସଭାପତି ରବିନ୍ଦ୍ର ନାଥ ପଣ୍ଡା,ବରିଷ୍ଠ ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ଗ୍ରାମର ଭଦ୍ରମଣ୍ଡଳୀ ପ୍ରମୁଖ ଏହି ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଉତ୍ସାହିତ କରିଥିଲେ । ପୋଡ଼ାପଦର ଗ୍ରାମରେ ଉଦ୍ଧିଷ୍ଟ ଏକ ଆର.ଓ. ପ୍ଲାଣ୍ଟ ଅବା ମିନେରାଲ ୱାଟର ଉତ୍ପାଦନକାରୀ ପ୍ରକଳ୍ପ ର ଲୋକାର୍ପିତ ହୋଇଥିବା ନେଇ ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି । ଆଇ.ଆର.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ଲୋକାର୍ପିତ ଓ କାର୍ଯ୍ୟକ୍ଷମ ହୋଇଥିବାରୁ ଗ୍ରାମର ଭଦ୍ର ମଣ୍ଡଳୀ ଙ୍କ ତରଫରୁ ଆଇ.ଆର.ଇ.ଏଲ୍. ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *