March 14, 2025
Home » ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ

ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ

0

୨୦୨୧ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ସିନାପଡ଼ା ଗ୍ରାମର ଗୌତମ ଗୋପାଳ ନିଜର ହଜି ଯାଇଥିବା ବଳଦ କୁ ଖୋଜିବାକୁ ଯାଇ ରାସ୍ତାରେ ଅନ୍ୟଜଣେ ବ୍ୟକ୍ତିଙ୍କୁ ପଚରା ଉଚରା କରୁଥିବା ସମୟରେ ସେହି ଗ୍ରାମର ଡିଲର୍ ଗୋପାଳ ଓ ଯଦୁମଣୀ ଗୋପାଳ ହଠାତ୍ ଗୌତମ କୁ ଅତର୍କିତ ମରଣାନ୍ତକ ଆକ୍ରମଣ କରି ମାଡ ମାରିବା ସହ ପଥର ସାହାଯ୍ୟରେ ମୁଣ୍ଡରେ ରକ୍ତାକ୍ତ ଆଘାତ କରିଥିଲେ l ଏନେଇ ପୀଡିତ ର ପୁଅ ଅବିନ ଗୋପାଳ ୨୪.୦୪.୨୦୨୧ ତାରିଖରେ ଧର୍ମଗଡ଼ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ l ଧର୍ମଗଡ଼ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୫୯/ ୨୦୨୧ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୪୧/୨୯୪/ ୩୨୩/୩୦୭/୫୦୬ ଓ ୩୪ ଲାଗୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ,ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀମତୀ ଇପ୍ସି ମହାନ୍ତି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡିଲର୍ ଗୋପାଳ ଓ ଯଦୁମଣୀ ଗୋପାଳ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୩ ଓ ୩୪ ବଳରେ ଦୋଷୀ ସାବ୍ୟସ୍ତ କରିବା ସହ ଆର୍ଥିକ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି l ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *