ଆଜିର ପଦକ୍ଷେପ ଭବିଷ୍ୟତର ସଫଳତା : ଗବଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ସୁବର୍ଣ୍ଣପୁର : ଶିକ୍ଷା କେବଳ ପୁସ୍ତକରେ ସୀମିତ ନୁହେଁ। ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ, ସଙ୍ଗୀତ, ନୃତ୍ୟ ସବୁ ମିଶି ହେଉଛି ସଠିକ୍ ଶିକ୍ଷା। ଛାତ୍ରୀ ଛାତ୍ର ମାନେ ପଢ଼ାଶୁଣା ସହ ସବୁ କ୍ଷେତ୍ରରେ ନିଜ ପ୍ରତିଭାକୁ ଉନ୍ନତ କରନ୍ତୁ। ଆଜି ର ଛୋଟ ଛୋଟ ପଦକ୍ଷେପ ଆଗାମୀ ଦିନରେ ବଡ଼ ସଫଳତାର ଭିତ୍ତି ସୃଷ୍ଟି କରିବ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଗବଜୋର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ଯୋଗଦେଇଥିବା ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ସ୍କୁଲ ର ପ୍ରଧାନ ଶିକ୍ଷକ ପବିତ୍ର ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ସଭାରେ ପଥର୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଶୁକଦେବ ମହାଲିକ ମୁଖ୍ୟ ଅତିଥି ଏବଂ ଡ଼ାହିମାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଅରୁଣ କୁମାର ସେଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀଛାତ୍ର ଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା କମିଟିର ଉପସଭାନେତ୍ରୀ ମୀନା ନାଏକ ଓ ଶିକ୍ଷକ ସୁଶିଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ର ଙ୍କୁ ପରିଶ୍ରମ କରି ସଫଳତା ହାସଲ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସର ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର କୃତିଛାତ୍ର ପୃଥ୍ୱୀରାଜ ସେଠୀ ଚଳିତ ପଞ୍ଚମ ନବୋଦୟ ଓ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ସୁଶିଲ ପ୍ରଧାନ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ମନ୍ମୟୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପରେ ସ୍କୁଲର ଛାତ୍ରୀ ଛାତ୍ରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ଚିତ୍ତରଞ୍ଜନ ନାଏକ, ଡୋଳାମଣି ବିଶ୍ୱାଳ,ଶିକ୍ଷୟିତ୍ରୀ ମମତା ସେଠୀ ଙ୍କ ସମେତ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
