ଆଜି କଂଗ୍ରେସ ଓ ୮ଟି ବାମପନ୍ଥୀ ଦଳ ମିଳିତ ଭାବେ ଓଡିଶା ବନ୍ଦ ଡାକରା

ଆଜି କଂଗ୍ରେସ ଓ ୮ଟି ବାମପନ୍ଥୀ ଦଳ ମିଳିତ ଭାବେ ଓଡିଶା ବନ୍ଦ ଡାକରା ଦେଇଥିଲେ।ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟାର ନ୍ୟାୟିକ ତଦନ୍ତ ଓ ତାହାର ପରିବାର କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିକରୀ ଆଜି ସମଗ୍ର ଓଡିଶା ବନ୍ଦ ଡାକରା ଦିଆଯାଇଥିଲା।ପୁରୀ ସହରରେ ଓଡିଶା ବନ୍ଦ ଡାକରାର ପ୍ରଭାବ ପଡିଥିବା ବେଷ ଦେଖାଯାଇଥିଲା।ଆନ୍ଦୋଳନ କାରୀ ମାନେ ସକାଳ ୬ଟା ଠାରୁ ପୁରୀ ରେଳ ଷ୍ଟେସନ ,ବସଷ୍ଟାଣ୍ଡ ଓ ଜାତୀୟ ରାଜପଥ ରେ ବିକ୍ଷୋଭ କରିବା ଦ୍ୱାରା ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ।ରେଳ ଷ୍ଟେସନରେ ବିକ୍ଷୋଭ କାରୀ ମାନେ ରେଳଧାରଣା ଉପରେ ବିକ୍ଷୋଭ କରିବା ଦ୍ୱାରା ସଟଲ ଟ୍ରେନ ପୁରୀରୁ ଛାଡି ନଥିଲା।
ବିକ୍ଷୋଭ କାରୀ ମାନେ କଲେକ୍ଟରିଏଟ ସାମ୍ନାରେ ଟାୟାର ଜଳାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଂଗ୍ରେସ ଦଳର ନେତୃ ବୃନ୍ଦ ଓ ବାମପନ୍ଥୀ ଦଳର ନେତୃ ବୃନ୍ଦ ବିଭନ୍ନ ସ୍ଲୋଗାନ ଦେଇ ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଓ ତାଙ୍କ ପରିବାର ଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ,ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ।ଯଦି ଏମାନେ ଇସ୍ତଫା ନ ଦିଅନ୍ତି ତେବେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ।ପୁରୀ ସହରର ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ କାଁ ଭାଁ କିଛି ଦୋକାନ ଖୋଲି ଥିବା ଦେଖାଯାଇଥିଲା ।
କୋର୍ଟ ପଛପଟ ଗେଟ ରେ ବିକ୍ଷୋଭ କାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୋଗୁ ବିଚାରପତି ମାନେ ଗାଡିରୁ ଓଲ୍ହାଈ କୋର୍ଟ ଭିତରକୁ ନଯାଇ କୋର୍ଟ ସମୁଖରେ ଛିଡା ହୋଇ ରହିଥିଲେ ଏବଂ କୋର୍ଟ କୁ ସସପେଣ୍ଡ କରାଗଲା।ବସ ଚଳା ଚଳ ସମ୍ପୂର୍ଣ୍ଣ ଠପ ହୋଇଥିବାରୁ ଯାତ୍ରୀ ମାନେ ନାନା ଅସୁବିଧା ର ସମ୍ମୁଖିନ ହୋଇଥିଲେ ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା ।ପୁରୀ ସହରରେ ଯାନବାହନ ଚଳା ଚଳ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯାଇଥିବା ବେଳେ ବଡଦାଣ୍ଡ ଖାଁ ଖାଁ ଲାଗୁଛି।
puri ru soubhagya pattanayak nka report