July 6, 2025
Home » ଆଜି ଶ୍ରୀ ଜୀଉ ମାନେ ରାଜ ରାଜେଶ୍ୱର ବେଶ /ବଡ଼ ତଡ଼ାଇ ବେଶରେ ରଥ ଉପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି।

ଆଜି ଶ୍ରୀ ଜୀଉ ମାନେ ରାଜ ରାଜେଶ୍ୱର ବେଶ /ବଡ଼ ତଡ଼ାଇ ବେଶରେ ରଥ ଉପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଉଛନ୍ତି।

0
vlcsnap-2025-07-06-19h29m40s33

ସୁନାବେଶ ଦେଖିବା ପାଇଁ ପ୍ରାୟ ୧୫ଲକ୍ଷ ରୁ ଅଧିକ ଲୋକଙ୍କ ସମାଗମ ।
ସହରରେ ଥିବା ସମସ୍ତ ପାର୍କିଂ ଗୁଡ଼ିକରେ ଗାଡି ଦିନ ୨ଟା ସୁଧା ଭର୍ତ୍ତି ହୋଇଯାଇଛି ।

ପୁରୀ : ଗତକାଲି ସିଂହଦ୍ଵାର ରେ ତିନିରଥ ଲାଗିଯିବା ପରେ ଶ୍ରୀଜୀଉ ମାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ହୋଇଥିଲା।ଆଜି ରଥ ଉପରେ ଶ୍ରୀଜୀଉ ମାନଙ୍କ ମଙ୍ଗଳ ଆଳତି,ଅବକାଶ, ସକାଳଧୂପ ଆଦି ଅନୁଷ୍ଠିତ ହୋଇଥିଲା ରଥ ଉପରେ ମଧ୍ୟାହ୍ନ ଧୂପନୀତି ଶେଷହେବା ପରେ ଶ୍ରୀଜୀଉ ମାନଙ୍କର ସୁନାବେଶ ପ୍ରସ୍ତୁତି ଆରମ୍ଭ ହୋଇଥିଲା।ଶ୍ରୀମନ୍ଦିର ଭିତରେ ଥିବା ବାହାର ଭଣ୍ଡାର ଘରୁ ଭଣ୍ଡାର ମେକାପ ସୁନାବେଶ ପାଇଁ ଆବଶ୍ୟକ ଥିବା ଅଳଙ୍କାର ସବୁ ଭେସ ପାଇଁ ନେଇଥିଲେ।ଶ୍ରୀବିଗ୍ରହ ମାନଙ୍କୁ ୧୩୮ପ୍ରକାରର ରତ୍ନ ଖଚିତ ଅଳଙ୍କାରରେ ବିଭୁଷିତ କରାଯାଇଥିଲା।

ରଥ ଉପରେ ଦଇତାପତି ସେବାୟତ,ପୁଷ୍ପାଳକ,ଖୁଣ୍ଟିଆ ସେବାୟତ ଓ ଅନ୍ୟାନ୍ୟ ସେବାୟତ ମାନେ ଶ୍ରୀଜୀଉ ମାନଙ୍କୁ ସୁନା ବେଶରେ ସଜିତ କରାଇଥିଲେ।ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ କିରଟ,ଶ୍ରୀପୟର,ଶ୍ରୀ ଭୁଜ ,ସ୍ୱର୍ଣ୍ଣ ଚକ୍ର, ରୌପ୍ୟ ଶଙ୍ଖ,ଓଡ଼ିଆଣି ,ଚନ୍ଦ୍ର ସୂର୍ଯ୍ୟ,ଆଡ଼କାନି,ଘାଗରା ମାଳି, କଦମ୍ବ ମାଳି,ବାହାଡା ମାଳି ଆଦି ଲାଗି କରାଯାଇଥିଲା।ବଡ଼ଠାକୁର ଶ୍ରୀ ବଳଭଦ୍ର ଙ୍କୁ କିରଟ,ଶ୍ରୀ ପୟର, ଶ୍ରୀଭୁଜ ,ହଳ, ମୁଷଳ,ଓଡ଼ିଆଣି,କୁଣ୍ଡଳ,ଚନ୍ଦ୍ର ସୂର୍ଯ୍ୟ, ଆଡ଼କାନି,କଦମ୍ବ ମାଳି, ବାହାଡା ମାଳି,ବାଘନଖି ମାଳି,ସେବତୀ ମାଳି ,ତିଳକ ଚନ୍ଦ୍ରିକା ,ଝୋବାଖଣି,ତ୍ରିଖଣ୍ଡିକା ଅଳଙ୍କାର ଆଦି ଲାଗି କରାଯାଇଥିଲା ।

ଦେବୀ ସୁଭଦ୍ରା ଙ୍କୁ କିରିଟ, କାନ, ଓଡ଼ିଆଣି,ଚନ୍ଦ୍ର ସୂର୍ଯ୍ୟ,ଘାଗେଡ଼ା ମାଳି ,ସେବତୀ ମାଳି,କଦମ୍ବ ମାଳି ଆଦି ଲାଗି କରାଯାଇଥିଲା।ମହଣ ମହଣ ସୁନା ଓ ରତ୍ନ ଖଚିତ ଅଳଙ୍କାରରେ ଭୂଷିତ ହୋଇ ଶ୍ରୀଜୀଉ ମାନେ ରଥ ଉପରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନେ ରତ୍ନ ସିଂହାସନ ଉପରେ ୪ଥର ସୁନାବେଶ ହୋଇଥିବା ବେଳେ ରଥ ଉପରେ ଗୋଟିଏ ଦିନ ମହାପ୍ରଭୁ ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।ଆଜିର ଏହି ସୁନାବେଶ ପାଇଁ ପୁରୀ ସହର ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।

ଶ୍ରଦ୍ଧାଳୁ ଭକ୍ତ ମାନେ ମାର୍କେଟ ଛକ ଠାରୁ ଲମ୍ବା ଧାଡିରେ ବାରିକେଟ ମଧ୍ୟ ଦେଇ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ର ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିଥିଲେ ।ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ବ୍ୟାପାକ ବ୍ୟବସ୍ଥା କରାଯିବା ସହ ଟ୍ରାଫିକ ବ୍ୟବସ୍ଥା କୁ କଡାକଡି କରାଯାଇଛି।ଝିପିଝିପି ବର୍ଷା ସତ୍ୱେ ଶ୍ରଦ୍ଧାଳୁ ମାନଙ୍କର ଲମ୍ବା ଧାଡି ଲାଗି ରହିଥିଲା।

puri epa ru soubhagya pattanayak nka report

Leave a Reply

Your email address will not be published. Required fields are marked *