October 23, 2025
Home » ଆଞ୍ଚଳିକ ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତା ଚୟନ

ଆଞ୍ଚଳିକ ପ୍ରେସ କ୍ଲବର ନୂତନ କାର୍ଯ୍ୟକର୍ତା ଚୟନ

0
WhatsApp Image 2025-04-28 at 9.16.30 AM

ଯୋଡ଼ା – କେନ୍ଦୁଝର ଜିଲ୍ଲା  ଯୋଡା ବ୍ଲକ୍ ,ଲଇଡାପଦା ଠାରେ ରବିବାର ଆଞ୍ଚଳିକ ପ୍ରେସକ୍ଲବ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ଲୋକନାଥ ଖିଲାରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଯୋଡା ବ୍ଲକର ବିଭିନ୍ନ ଅଞ୍ଚଳର କାର୍ଯ୍ୟରତ ସାମ୍ୱାଦିକ ଏକତ୍ରିତ ହୋଇଥିବାବେଳେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ।ସାମ୍ବାଦିକ ମାନଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କରାଇବା ସହିତ ବିଭିନ୍ନ ସମସ୍ୟା ସମାଧାନ ଲକ୍ଷ୍ୟରେ ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଆଞ୍ଚଳିକ ପ୍ରେସକ୍ଳବ୍ ଗଠନ ପୂର୍ବକ କାର୍ଯ୍ୟକାରିଣୀ କମିଟି ଚୟନ କରାଯାଇଥିଲା।
ବୈଠକରେ ଉପସ୍ଥିତ ସାମ୍ବାଦିକ ମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ବରିଷ୍ଠ ସାମ୍ୱାଦିକ ସୁରେଶ ଚନ୍ଦ୍ର ମହାକୁଡଙ୍କୁ ଆଞ୍ଚଳିକ ପ୍ରେସ କ୍ଳବର ସଭାପତି ଚୟନ କରାଯାଇଥିବାବେଳେ ଗୁଆଲି ଅଞ୍ଚଳର ସାମ୍ବାଦିକ ସଞ୍ଜୀବ ପଲେଇଙ୍କୁ ସମ୍ପାଦକ ଚୟନ କରାଯାଇଥିଲା। ସାମ୍ବାଦିକ ତପନ କୁମାର ନାଏକ କୋଷାଧ୍ୟକ୍ଷ ଚୟନ ହୋଇଥିଲେ। ସେହିପରି ଡିମ୍ପଲ ସାଣ୍ଡିଲ ଉପ ସଭାପତି,ଲୋକନାଥ ଖିଲାର ଯୁଗ୍ମ ସମ୍ପାଦକ, ନିର୍ମଳ ଚନ୍ଦ୍ର ବାରିକ ଉପଦେଷ୍ଟା ଏବଂ ସୀତାରାମ ଦୀକ୍ଷିତ,ନିର୍ମଳ ବାରିକ, ଶ୍ୟାମ ସୁନ୍ଦର ଓରାମ ,ପ୍ରିୟଙ୍କା ସାଣ୍ଡିଲ, ବିନୋଦ ଓରାମ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ରୂପେ ମନୋନୀତ ହୋଇଥିଲେ। ଆଗାମୀ ଦିନରେ ସାମ୍ୱାଦିକ ମାନଙ୍କ ସୁରକ୍ଷା ସହିତ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନବ ମନୋନୀତ ସଭାପତି ସୁରେଶ ଚନ୍ଦ୍ର ମହାକୁଡ ଏବଂ ସମ୍ପାଦକ ସଞ୍ଜୀବ ପଲେଇ କହିଛନ୍ତି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ୍ ।

Leave a Reply

Your email address will not be published. Required fields are marked *