ଆଠଗଡ଼ ବିକାଶ ପରିଷଦ ପକ୍ଷରୁ ପୂଜା ମିଳନ ଉତ୍ସବ ଅନୁଷ୍ଠିତ
। ଆଠଗଡ: ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପୂଜା ମିଳନ ଉତ୍ସବ ୨୦୨୫ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସୁବାସ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଯୋଗୀ ନାଥ ଦାଶ, ବରିଷ୍ଠ ଓକିଲ ପ୍ରାଣକୃଷ୍ଣ ଦାଶ, ଦୁର୍ଗାପ୍ରସାଦ ମିଶ୍ର,ସୁବୋଧ ପଟ୍ଟନାୟକ,ସ୍ବାଧିନ ପଣ୍ଡା, ପ୍ରମୁଖ ଉପସ୍ଥିତଥିଲେ। ପରିଷଦ ର ସଭାପତି ରାମନାରାୟଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରେଶ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଅତିଥି ମାନଙ୍କ ଦ୍ବାରା ମା ଦୁର୍ଗାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ବଳନ ପରେ ଆଠଗଡ଼ ବିକାଶ ପରିଷଦର ଚାରିଜଣ ଦିବଂଗତ ଆଠଗଡ ଅଞ୍ଚଳ ର ମୁରବି ରାଷ୍ଟ୍ରୀୟ ଲୋକ ସେବକ ମଣ୍ଡଳ ସମ୍ପାଦକ ତଥା ଓଡିଶା ରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିବା ପଣ୍ଡିତ ନିରଞ୍ଜନ ରଥ, ବରିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ପ୍ରତାପରୁଦ୍ର ବେଉରାୟ, ରାଜକିଶୋର ଖଟୁଆ ଏବଂ ରସାନନ୍ଦ ସାହୁ ଙ୍କ ଫଟୋଚିତ୍ର ରେ ଅତିଥି ମାନେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।ଏହି ଅଵସର ରେ ସୁବାସ ପଟ୍ଟନାୟକ, ପ୍ରଫେସର ପ୍ରକାଶ କୁମାର ସାହୁ, ଡ଼ଃ ଜ୍ଞାନ ରଞ୍ଜନ ମହାନ୍ତି, ନଳିନୀକାନ୍ତ ମହାରଣା ଙ୍କ ସହିତ ଦୁଇ ଜଣ କୃତି ଛାତ୍ରଛାତ୍ରୀ ବୈଭବ ମହାରଣା ଏବଂ ବୈଶାଳୀ ମହାରଣା ଙ୍କୁ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବରିଷ୍ଠ ଓକିଲ ବିକ୍ରମ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
