October 24, 2025
Home » ଆଠଗଡ ବନ ଖଣ୍ଡରେ ଉଚପଦସ୍ଥ ଅଧିକାରୀ ନଥିବାରୁ ବେଧଡକ ଚାଲିଛି ଖଣିଜ ପଦାର୍ଥ ଲୁଟ।

ଆଠଗଡ ବନ ଖଣ୍ଡରେ ଉଚପଦସ୍ଥ ଅଧିକାରୀ ନଥିବାରୁ ବେଧଡକ ଚାଲିଛି ଖଣିଜ ପଦାର୍ଥ ଲୁଟ।

0
WhatsApp Image 2025-09-09 at 5.20.23 PM

ଆଠଗଡ ବନ ଖଣ୍ଡ ଅଧିକାରୀ ଓ ବନଞ୍ଚଳ ଅଧିକାରୀ ଙ୍କ ଅନ୍ୟତ୍ର ବଦଳି ହୋଇଛି।ଏବେ ଆଠ ଗଡ ସହକାରୀ ବନ ସଂରକ୍ଷକ ଡକ୍ଟର ଚିଚିଲିଚି ବିଶ୍ବାଳ ଉଭୟ ପଦ ର ଦାୟିତ୍ୱରେ ଅଛନ୍ତି।କିନ୍ତୁ ସେ କୌଣସି କାରଣ ରୁ ଦୀର୍ଘ ଦିନ ହେଲା ଛୁଟିରେ ଅଛନ୍ତି।ଯଦ୍ୱାରା ଆଠଗଡ ବନଖଣ୍ଡ ଏବେ ମୂରବୀ ଶୁନ୍ୟ ହୋଇପଡିଛି।ଚୋରା ଖଣି ବେପାରୀ ,କାଠ ବେପାରୀ ଓ ପଶୁ ଶିକାରୀ ମାନଙ୍କ ଏବେ ପୁଷମାସ। ସଂରକ୍ଷିତ ଜଙ୍ଗଲ ରୁ ମୂଲ୍ୟବାନ କାଠ, ଲଘୁ ଖଣିଜ ଦ୍ରବ୍ୟ ବେଧଡକ ଲୁଟ ଚାଲିବା ସହ ବନ୍ୟଜନ୍ତୁ ମାନଙ୍କ ଶିକାର ବଢ଼ିଚାଲିଛି। ସମଗ୍ର ବନଖଣ୍ଡ ଏବେ ଜଙ୍ଗଲ ମାଫିଆଙ୍କ କବ୍ଜାରେ। ଦୈନଦିନ ଜଙ୍ଗଲ ସମ୍ପଦ ଲୁଟ ଚାଲିଛି ଓ ନିରୀହ ବନ୍ୟଜନ୍ତୁଙ୍କୁ ପୋକମାଛି ଭଳି ଶିକାର କରାଯାଉଛି। ରବିବାର ସନ୍ଧ୍ୟାରେ ୪ ଗୋଟି ହାଇବା ଟ୍ରକ ଯୋଗେ କୁଆପଥର ପରିବହନ କରାଯାଉଥିବା ବେଳେ ଆଠଗଡ ବନ ବିଭାଗ କର୍ମଚାରୀ ଓ ରାତି ଜଗୁଆଳି ଆଠଗଡ ବିରକିଶୋରପୁର ପାରିଜାତ ହୋଟେଲ ନିକଟରେ ଜବତ କରିଥିଲେ। ଜବତ ଗାଡିକୁ ପ୍ରଥମେ ଆଠଗଡ ବନଖଣ୍ଡ କାର୍ଯ୍ୟାଳୟ ସମୃକ୍ତ ବନ କର୍ମଚାରୀ ଆଣି ରଖିଥିଲେ। କିନ୍ତୁ ସାଧାରଣ ଲୋକେ ଜାଣିବା ପୂର୍ବରୁ ବୌଦା ବନଖଣ୍ଡି କେନ୍ଦ୍ରୀୟ ନର୍ସରୀକୁ ଟ୍ରକ ଗୁଡ଼ିକୁ ନେଇଯାଇଥିଲେ। ଶୁଣିବାକୁ ମିଳେ ଜବତ୍ ଚାରୋଟି ଗାଡ଼ିରୁ ଦୁଇଟି ଜବତ କରି ଆଣିଥିବା ବେଳେ ଅନ୍ୟ ଦୁଇଟି ଜବତ ଗାଡି ଦର୍ଶା ଗଲାନାହିଁ। ତେବେ ବ୍ୟାପକ ଲାଞ୍ଚ ନେଇ ସଂପୃକ୍ତ ବନ କର୍ମଚାରୀ ଟ୍ରକ ଦୁଇଟିକୁ ଛାଡ଼ିଦେଇଥିବା ସାଧାରଣ ରେ ଶୁଣିବାକୁ ମିଳୁଛି। ଏ ସମ୍ବନ୍ଧ ରେ ଆଠଗଡ ଡିଏଫଓ ଦାଇତ୍ୱ ଥିବା ଅଧିକାରିଣୀ ବିଶ୍ୱାଳ ମାଡାମ ଙ୍କୁ ପଚାରିବାରେ ମୁଁ ଛୁଟିରେ ଅଛି ବନପାଳ ଙ୍କୁ ପଚାରି ବୁଝିବାକୁ କହିଥିଲେ।ତେବେ ସଂପୃକ୍ତ ବନପାଳଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା ବେଳେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସରଂକ୍ଷକ ସୋମବାର ମାମଲା ରୁଜ୍ଜୁ କରାଯାଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଥିଲେ।ଆଠଗଡ ଜଙ୍ଗଲ ମାଫିଆଙ୍କୁ ଆଠଗଡ ସ୍ଥାନୀୟ ଅଂଚଳର ଥିବା ଅସାଧୁ ବନ କର୍ମଚାରୀମାନେ ବ୍ୟାପକ ଉତ୍କୋଚ ନେଇ ମାଫିଆ ମାନଙ୍କ ପ୍ରତି କୋହଳ ମନୋଭାବ ରଖୁଥିବାରୁ ବନ୍ୟସମ୍ପଦ ଲୁଟ ଚାଲିଛି। ଜବତ କରାଯାଇଥିବା ଗାଡିର ନମ୍ବର ଓଡ଼ି ୦୫ ବିୟୁ ୩୪୫୯ ଓ ଓଡି ୨୧ ଆର ୩୪୫୯ କୁ ବୌଦା ବନଖାଣ୍ଡି ନର୍ସରୀ ରେ ରଖାଯାଇଛି।

Leave a Reply

Your email address will not be published. Required fields are marked *