ଆଠ ମାସ ର ଗର୍ଭବତୀ ବଧୂ ଙ୍କୁ ପିଟି ପିଟି ହତ୍ୟା :ସ୍ଵାମୀ ଗିରଫ ଓ ଶାଶୂ ଙ୍କୁ ତଦନ୍ତ ପାଇଁ ଥାନା ରେ ଅଟକ
ସୁବର୍ଣ୍ଣପୁର: “ବାପା ମୋତେ ଆଉ ମୋ ଶ୍ବଶୁର ଘରୁ ତୁମେ ନେବାକୁ ନେହୁରା ହୁଅନି” “ମୋଭାଗ୍ୟକୁ ମୋ ଉପରେ ଛାଡ଼ିଦିଅ” ବିବାହ ର ଚାରି ଦିନ ପରେ ହିଁ ମୁଁ ଭୋଗୁଥିବା ନିର୍ଯାତନା ଏବେ ବଢି ବଢି ଚାଲିଛି” “ପ୍ରତିଦିନ ର ମାଡ଼ ଗାଳି ଏବେ ମୋର ଦେହସୁହା ହେଇଗଲାଣି” । “ଏବେ ମୁଁ ଆଠ ମାସ ର ଗର୍ଭବତୀ” “ଆଉ କିଛି ଦିନ ଗଲେ ମୋର ଛୁଆ ଟିଏ ଜନ୍ମ ହୋଇଗଲେ କାଳେ ସୁଧୁରି ଯିବେ ମୋ ସ୍ଵାମୀ ଓ ତାଙ୍କ ପରିବାର ଲୋକେ” l “ହୁଏତ କୋମଳମତି ଛୁଆ ହିଁ ମୋର ଭାଗ୍ୟରେ ପରିବର୍ତ୍ତନ ଆଣି ଦେଇପାରେ” । “ତମେ ଆଉ ବ୍ୟସ୍ତ ହୁଅନି ବାପା ମୁଁ ଜିଇଁଲେ ଏଠି ଜିଇଁବି ମଲେ ଏଠି ମରିବି” l “ଏହା ହିଁ ଶେଷ କଥା ଥିଲା ବୋଧେ ବାପା ଙ୍କ ସହିତ ରୁନୁ ର” l “ଆଜି ଆଉ ଏ ଅଲିଅଳ ଝିଅ ରୁନୁ ଏ ଦୁନିଆ ରେ ନାହିଁ” l ସୋନପୁର ରାମ କୃଷ୍ନ ନଗର ର ଭଡ଼ା ଘରେ ରହୁଥିବା ତାର ଶ୍ବଶୁର ଘରେ ପ୍ରଚୁର ମାଡ଼ ଓ ନାନା ନିର୍ଯ୍ୟାତନା ପାଇ ଶେଷରେ ଜୀବନ ହାରିଛି ରୁନୁ” । ମେଡିକାଲ୍ ରେ ଡାକ୍ତର ରୁନୁ କୁ ମୃତ ଘୋଷଣା କରିଛନ୍ତି l ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବ୍ରାହ୍ମଣୀ ଗାଁ ର ଦାମୋଦର ମିଶ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଯାଲୋଇ ଗାଁ ରେ ଉତ୍ତମ ପାଣିଗ୍ରାହୀ ଙ୍କ ପୁଅ ଲିଙ୍କନ ପାଣିଗ୍ରାହୀ ଙ୍କ ସହିତ ନିଜ ଝିଅ ରୁନୁ କୁ ବୈଦିକ ରୀତି ନିତି ରେ ଗତ ୨୦-୦୪-୨୦୨୫ ରେ ବାହା ଘର କରିଥିଲେ l ପାଞ୍ଚ ଲକ୍ଷ ଟଙ୍କା ସହ ଟିଭି ଫ୍ରିଜ୍ କୁଲର ଇତ୍ୟାଦି ସମସ୍ତ ନିତ୍ଯ ବ୍ୟବହାର୍ଯ୍ୟ ଜିନିଷ ବର ଘର ପକ୍ଷରୁ ଯୈାତୁକ ଦାବି ହୋଇଥିଲା l ସେଇ ମୁତାବକ ଝିଅ ର ବାପା ସମସ୍ତ ସାମଗ୍ରୀ ସହ ୨୧-୦୪-୨୫ ତାରିଖ ଦିନ ସମସ୍ତ ସାମଗ୍ରୀ ଦାଖଲ କରିବା ସହ ଫୋନ ପେ ରେ ଏକ ଲକ୍ଷ ଟଙ୍କା ମଧ୍ୟ ଦେଇଥିଲେ l ପରେ ୨୩-୦୪-୨୫ ତାରିଖରେ ଝିଅ ର ବାପା ପୁଣି ୩ ଲକ୍ଷ ଟଙ୍କା ବର ଘର କୁ ଯାଇ ନଗଦ ଦେଇଥିଲେ ମଧ୍ୟ ଆଉ ଦୁଇ ଲକ୍ଷ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ। ସେ ଦିନଠୁ କିନ୍ତୁ ଝିଅ ର ଭାଗ୍ୟ ରେ କଳାବାଦଲ ଘୋଟି ଆସିଥିଲା। ବାହାଘର ର ଚାରି ଦିନ ପରେ ସ୍ଵାମୀ ଓ ଶାଶୂ ଠାରୁ ଆରଂଭ ହୋଇଥିଲା ଝିଅ ରୁନୁ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା l ଚରମ ସୀମା ରେ ପହଞ୍ଚିଲା ନିର୍ଯ୍ୟାତନା ଫଳ ସ୍ଵରୂପ ଗତ କାଲି ୧୭-୦୨- ୨୬ ରେ ଶାରିରୀକ ଯନ୍ତ୍ରଣା ରେ ଛଟପଟହୋଇ ଆଠ ମାସ ର ଗର୍ଭବତୀ ଝିଅ ଗର୍ଭ ର ଥିବା ଛୁଆ ସହ ଶେଷରେ ପ୍ରାଣ ହରାଇଲେ l ଏ କଥା ସୋନପୁର ଥାନା ଆଗରେ କାନ୍ଦି କାନ୍ଦି ଝିଅ ରୁନୁ ର ବାପା ଦାମୋଦର ଓ ମାମୁଁ ବିଶ୍ବମ୍ବର ମିଡିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି l ଅଭିଯୁକ୍ତ ସ୍ଵାମୀ ଲିଙ୍କନ ଙ୍କୁ ଗିରଫ କରିବା ସହ ଶାଶୂ ଶାନ୍ତିଲତା କୁ ମଧ୍ୟ ଥାନା କୁ ଆଣି ତଦନ୍ତ ଜାରି ରଖିଛି l ଆଜି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
