June 14, 2025
Home » ଆଡ଼ପ ମଣ୍ଡପ ରେ ବିଜେ କରିଛନ୍ତି ଶ୍ରୀ ଜୀଉ

ଆଡ଼ପ ମଣ୍ଡପ ରେ ବିଜେ କରିଛନ୍ତି ଶ୍ରୀ ଜୀଉ

0
WhatsApp Image 2024-07-11 at 8.58.30 PM (1)

ଆଡ଼ପ ମଣ୍ଡପ ରେ ବିଜେ କରିଛନ୍ତି ଶ୍ରୀ ଜୀଉ। ଆଉ ଏହି ଦୁର୍ଲଭ ଦୃଶ୍ୟ କୁ ଦର୍ଶନ କରିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଲକ୍ଷ ଲକ୍ଷ ଭକ୍ତ ଙ୍କ ସୁଅ ଛୁଟିବାରେ ଲାଗିଚି। ଭକ୍ତ ମାନେ ବ୍ୟାରିକେଡ଼ ଶୃଙ୍ଖଳିତ ଭାବେ ଗୁଣ୍ଡିଚା ମନ୍ଦିର ରେ ପ୍ରବେଶ କରି ଆଡ଼ପ ମଣ୍ଡପ ରେ ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି। ଶାନ୍ତି ଶୃଙ୍ଖଳା ପାଇଁ ପୁରୀ ପୋଲିସ୍ ପକ୍ଷରୁ ବ୍ୟାରିକେଡ଼ ସହ ଶ୍ରୀ ଗୁଣ୍ଡିଚା ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା।

 

ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କୁ ଭକ୍ତ ମାନେ ସ୍ୱାଗତ କରିଛନ୍ତି। ଅନେକ ଭକ୍ତ ରାଜ୍ୟ ଏବଂ ରାଜ୍ୟ ବାହାରରୁ ଆସୁଛନ୍ତି। ମହାପ୍ରଭୁ ଙ୍କ ଦର୍ଶନ ପାଇ ଭକ୍ତ ଆନନ୍ଦିତ। ଅନେକ ଭକ୍ତ ଜୀବନ ରେ ପ୍ରଥମ ଥର ପାଇଁ ଗୁଣ୍ଡିଚା ମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ କରିଥିବା ବେଳେ ସେମାନେ ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଅନେକ ଭକ୍ତ ନିଜର ମାନସିକ ନେଇ ମହାପ୍ରଭୁ ଙ୍କୁ ଦର୍ଶନ କରିଚନ୍ତି।ପବିତ୍ର ରଥଯାତ୍ରା ରେ ଶ୍ରୀ ଜୀଉ ଯାତ୍ରା କରି ଶ୍ରୀ ଗୁଣ୍ଡିଚା ମନ୍ଦିର ର ଆଡ଼ପ ମଣ୍ଡପ ରେ ବିଜେ କରିଛନ୍ତି।ମହାପ୍ରଭୁ ଙ୍କୁ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ ପାଇ କୃତାର୍ଥ ହେଉଛନ୍ତି। ତେବେ ଆଜି ହେରାପଞ୍ଚମୀ ନୀତି ।ଘୋଷଯାତ୍ରାର ଆଜି ହେଉଛି ପଞ୍ଚମ ଦିବସ। ଭକ୍ତଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ଗୁଣ୍ତିଚ ମନ୍ଦିର ଜନ୍ମ ବେଦୀକୁ ଆସିଛନ୍ତି। ଗତକାଲି ଯଜ୍ଞ ମଣ୍ତପରେ ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପାଳିଆ ମହାଜନ ମା ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ। ଘଣ୍ଟ, ଛତା, ପଟୁଆରରେ ମା ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ୍ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *