July 16, 2025
Home » ଆତଙ୍ଗବାଦୀ ଙ୍କ ଦ୍ୱାରା ସହିଦ୍ ହୋଇଥିବା ପର୍ଯ୍ୟଟକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସ୍ବେଚ୍ଛାସେବୀ l

ଆତଙ୍ଗବାଦୀ ଙ୍କ ଦ୍ୱାରା ସହିଦ୍ ହୋଇଥିବା ପର୍ଯ୍ୟଟକ ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସ୍ବେଚ୍ଛାସେବୀ l

0
WhatsApp Image 2025-04-27 at 5.19.23 PM

ରବିବାର ଦିନ ମନମୁଣ୍ଡା ଶୈବ ପୀଠ ଠାରେ ସ୍ଵଛ ଭାରତ ସଂଗଠନ ସୋନପୁର – ମନମୁଣ୍ଡା ତରଫ ରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରେ ପରେ କାଶ୍ମୀର ପହଲଗାମ ଠାରେ ଆତଙ୍କବାଦୀ ଙ୍କ ଶିକାର ରେ ସହିଦ୍ ହୋଇଥିବା ୨୬ ଜଣ ଭାରତୀୟ ପର୍ଯ୍ୟଟକ ତଥା ନାଗରିକ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଟିତ ହୋଇଥିଲା l ସଂଘ ର ସଭାପତି ସାୟଦ ଅଲିମୁଲ ଇସଲାମ ଙ୍କ ନେତୃତ୍ୱ ରେ ଓ ସଂଯୋଜକ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ସକାଳ 7 ଘଣ୍ଟା ସମୟରେ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂଘର ଉପ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତ ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ଡା.ସରୋଜ ପଟେଲ, କଳାକାହ୍ନୁ ଦାଶ , ପ୍ରହଲ୍ଲାଦ ମିଶ୍ର, ଅମର ଭୁତ, କ୍ରିଷ୍ଣା ମେହେର, ପ୍ରମୋଦ ମାହାଣା, ରବୀନ୍ଦ୍ର ଜେନା ସୁଶାନ୍ତ ସାହୁ, ଜୟନ୍ତ ବେହେରା, ନାରାୟଣ ରଥ, ତ୍ରିଲୋଚନ ତରିଆ, ପ୍ରତାପ ଦାଶ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ଆମେ ଭାରତୀୟ ନାଗରିକ ଙ୍କ ଏକତା ର ବାର୍ତ୍ତା ଦେଇ ସହିଦ ପର୍ଯ୍ୟଟକ ଙ୍କ ପରିବାର ଏକା ନୁହନ୍ତି ତାଙ୍କ ସହ ସାରା ଭାରତ ବାସୀ ରହି ଥିବା ବାର୍ତ୍ତା ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *