ଆଦର୍ଶ ଏସ୍ ଆଇ

ଭୁବନେଶ୍ବର: ସାନିଟାରୀ ଇନିସପେକ୍ଟର ରଶ୍ମିରେଖା କର, ବର୍ତ୍ତମାନ ଭୁବନେଶ୍ଵରରେ ମହାନଗର ନିଗମ(ବି ଏମ୍ ସି)ର ୱାର୍ଡ ନମ୍ବର 22 ରେ କାର୍ଯ୍ୟରତା। ପ୍ରାୟ ଦୁଇବର୍ଷ ଛଅ ମାସ ହେଲା ସେ କାର୍ଯ୍ୟରେ ଯୋଗଦାନ କରିଥିଲେ l ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ତାଙ୍କୁ ବି ଏମ୍ ସି ତରଫରୁ ସମ୍ମାନିତ କରାଯାଇଥିଲା l ନିଜର ଆଗ୍ରହ ଓ ଅଞ୍ଚଳର ସ୍ଵଚ୍ଛତା ପ୍ରତି ପ୍ରଗାଢ ଇଚ୍ଛା ତାଙ୍କୁ ଏହି ସମ୍ମାନ ଦେଇଛି ବୋଲି କହନ୍ତି ରଶ୍ମୀ ରେଖା lଭରତପୁର, ପଣ୍ଡା କୁଦିଆ,ଶାମପୁର, ପାଇକରାପୁର, ଜିଏ କଲୋନୀର ବିଭିନ୍ନ ଅଞ୍ଚଳରେ ଅହରହ କାର୍ଯ୍ୟ କରି ନିଜ ଟିମ୍ ସହିତ ଯୋଗାଯୋଗରେ ଥାଆନ୍ତି l
ନିଜେ ସେହି ଅଞ୍ଚଳର ହୋଇ ନିଜ ଘର ପାଖରେ ଓ ନିଜ ୱାର୍ଡର ଦାୟିତ୍ଵ ନେଇଥିବାରୁ କେବେ ବି ବସି ରହନ୍ତି ନାହିଁ l ଅଞ୍ଚଳ ଅଳିଆ ହେଲେ ଲୋକେ ମୋତେ କହିବେ, ତେଣୁ ମୋ ୱାର୍ଡକୁ ସଜାଡ଼ିବାକୁ ପଣ କରିଛୁ ଆମ ଟିମ୍, କହନ୍ତି ରଶ୍ମିରେଖା l ତେବେ ଅଧିକାରୀଙ୍କୁ ପଚାରିବାରେ, ଏସ୍ ଆଇ ଜଣଙ୍କ ଖୁବ୍ ପାରଙ୍ଗମ, ସମୟାନୁବର୍ତ୍ତିତା ଏବଂ ପ୍ରଥମ କରି ଉପସ୍ଥାନ ଦେବା ତଥା ଅଳିଆ ସ୍ଥାନ (garbej vulnerable point) ପରିଷ୍କାର କରିବାରେ ଧୂରନ୍ଧର ବୋଲି ଜଣା ପଡ଼ିଛି l ମାଆଙ୍କ ଆଦର୍ଶ ମୋତେ ନିଜ ସହର ପାଇଁ କାର୍ଯ୍ୟ କରିବାରେ ଆଗ୍ରହ ଜନ୍ମାଇଥାଏ ଏବଂ ମୁଁ ଏହା ବଜାୟ ରଖିବି ବୋଲି କହିଛନ୍ତି ପୁରସ୍କୃତା ଏସ୍ ଆଇ l