December 3, 2025
Home » ଆଦର୍ଶ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଭିଜିଲାନ୍ସ ଦ୍ଵାରା ଗିରଫ

ଆଦର୍ଶ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଭିଜିଲାନ୍ସ ଦ୍ଵାରା ଗିରଫ

0
WhatsApp Image 2025-09-23 at 12.20.07 PM

 

ସୁବର୍ଣ୍ଣପୁର — ଅଧ୍ୟକ୍ଷ ଖେଳୁଥିଲେ ତିନ ପତି l ବେଟିଂ ଆପ ରେ ଜୁଆ ଖେଳି ବିଦ୍ୟାଳୟ ଟଙ୍କା ହେରଫେର କରିଥିଲେ l ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସୌମ୍ୟରଞ୍ଜନ ଖେତୀଙ୍କୁ ସୋମବାର ଦିନ ଭିଜିଲାନ୍ସ ଗିରଫ କରିଛି । ୨୦୨୧-୨୨ ରୁ ୨୦୨୪-୨୫ ପର୍ଯ୍ୟନ୍ତ ସେ ବିନିକା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ । ସମ୍ବଲପୁର ଭିଜିଲାନ୍ସ କେସ ନମ୍ବର ୧୯/୨୦୨୫ ଅଭିଯୋଗ ଅନୁସାରେ ଶ୍ରୀ ଖେତୀ ବିନିକା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବାବେଳେ ସରକାରଙ୍କ ମଧ୍ୟାହ୍ନ ଭୋଜନ, ମୋ ସ୍କୁଲ ଅଭିଯାନ ଓ ବାଳିକା ହଷ୍ଟେଲ ବାବଦ ଅନୁଦାନ ୫୫ ଲକ୍ଷ ୨ ହଜାର ୬ ଶହ ୧୦ ଟଙ୍କା ର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ଭିଜିଲାନ୍ସ ର ଏକ ସ୍ବତନ୍ତ୍ର ଟିମ୍ ତଦନ୍ତ କରିଥିଲା । ପୂର୍ବରୁ ଶ୍ରୀ ଖେତୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିବାବେଳେ ସେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରେ ହାଜରା ଦେଉଥିଲେ । ସରକାରୀ ଅର୍ଥ ହେରଫେର ମାମଲା ରେ ସୋମବାର ଦିନ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଭିଜିଲାନ୍ସ ପକ୍ଷରୁ U/s- 13(2) r/w 13(l) (a) PC ( Amendement ) Act 2018 /316/61(2) BNS ଆଧାର ରେ ମାମଲା ରୁଜୁ କରାଯାଇଛି l ତା ସହ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *