ଆଦର୍ଶ ଶିକ୍ଷକ ବିପିନ ବିହାରୀ ନାୟକ ଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର ଜ଼ିଲ୍ଲା ସୋନପୁର ବ୍ଲକ ଖମ୍ବେଶ୍ବରୀପାଲି ଗ୍ରାମ ର ସାମନ୍ତରାୟ କଲ୍ୟାଣମଣ୍ଡ ଠାରେ ଆଦର୍ଶ ଶିକ୍ଷକ ସ୍ବର୍ଗତ ବିପିନ ବିହାରୀ ନାୟକ ଙ୍କ ଦ୍ୱାଦଶାହ କାର୍ଯ୍ଯ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ଈଶ୍ୱରଚନ୍ଦ୍ର ପାଣିଗ୍ରାହୀ ଙ୍କ ସ୍ମୃତି କମିଟି ର ଜଣେ ସକ୍ରିୟ ସଦସ୍ୟ ଓ ସଭାପତି ଦାୟିତ୍ୱ ସୁଚାରୁରୂପେ ତୁଲାଇ ଥିଲେ ସ୍ବର୍ଗତ ବିପିନ ବାବୁ l.ତେଣୁ ସ୍ମୁତି ସମିତି ତରଫରୁ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ପ୍ରଦୀପ ପ୍ରଜ୍ବଳନ କରି ସ୍ୱର୍ଗତ ନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l କବି ଓ ସାହିତ୍ୟକ ସିଦ୍ଧେଶ୍ବର ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ସୃତି ସଭା ରେ ଉପସ୍ଥିତ ଏ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଗଣ ମାଧ୍ୟମ ସ୍ବର୍ଗତ ନାୟକ ଙ୍କ ସମାଜ ପ୍ରତି ଥିବା ଉତ୍ସର୍ଗୀକୃତ ସେବା ଓ ଭୂମିକା ଉପରେ ଆଲୋକପାତ କରିଥିଲେ l ଆଜାଦ ହିନ୍ଦ ପାଣିଗ୍ରାହୀ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ଭୁବନେଶ୍ୱର, ବିଜୟ ଲଷ୍ମୀ ଆଚାର୍ଯ୍ୟ ଅବସର ପ୍ରାପ୍ତ ଏସ.ପି କଟକ, ପୁରନ୍ଦର ମେହେର ପୂର୍ବତନ ସରପଞ୍ଚ,ଅବସର ପ୍ରାପ୍ତ ଶିକ୍ଷକ ସର୍ବଶ୍ରୀ ଛତିଆ ମିଶ୍ର,ଭଗବାନ ଦାସ, ବାମଦେବ ମିଶ୍ର, କୋଶଳେଶ୍ୱର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ, ଅନ୍ୟ ମାନଙ୍କ ମଧ୍ୟରେ ହୃଷିକେଶ ଛୁରିଆ,ନାରାୟଣ ମେହେର ଯୋଗ ଦେଇ ଶ୍ରୀ ନାୟକ ଙ୍କ ସ୍ମୃତି ଚାରଣ କରିଥିଲେ l ବିଶିଷ୍ଟ କଳାକାର କରମଚାନ୍ଦ ମହାନ୍ତି ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ l କବି ସ୍ଵପ୍ନେଶ୍ଵର ମିଶ୍ର ନିଜସ୍ୱ କୋଶଲି କବିତା ଓ କବି ବନବାସ ମେହେର ଏକ କବିତା ପାଠ କରିଥିଲେ l ଶେଷରେ ତାଙ୍କ ସୁପୁତ୍ର ତଥା ଶିକ୍ଷକ ପ୍ରତାପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…