July 16, 2025
Home » ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ -ପୀଠ ପରିଷଦ, ବ୍ରହ୍ମପୁର ପକ୍ଷରୁ ଭଜନ ସମାରୋହ

ଆଦିତ୍ୟ ବାହିନୀ -ଆନନ୍ଦ ବାହିନୀ -ପୀଠ ପରିଷଦ, ବ୍ରହ୍ମପୁର ପକ୍ଷରୁ ଭଜନ ସମାରୋହ

0
WhatsApp Image 2025-04-28 at 3.33.07 PM

ବ୍ରହ୍ମପୁର, ଆଦିତ୍ୟ ବାହିନୀ ଆନନ୍ଦ ବାହିନୀ ପକ୍ଷରୁ ମା’ବୁଢୀଠାକୁରାଣୀ ଯାତ୍ରା ଅବସରରେ *ଭକ୍ତି ସଂଗୀତ ଓ ଭଜନ ସମାରୋହ*ଅନୁଷ୍ଠିତ ହୋଇଯାଇଅଛି। ପୁରୀ ପୀଠ ପରିଷଦ ଅଧ୍ୟକ୍ଷ ମାନନୀୟ ମାତୃ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମକୁ ଉଦଘାଟନ କରି କଟକ ବାଲିଯାତ୍ରା ପରେ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଦ୍ବିତୀୟ ଐତିହାସିକ ଯାତ୍ରାର ସ୍ବୀକୃତି ପାଇବା ଯୋଗ୍ୟ ବୋଲି ମତବ୍ୟକ୍ତ କରିଥିଲେ।


ବ୍ରହ୍ମପୁର ବିଧାୟକ କେ ଅନୀଲ ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ସ୍ଥାନୀୟ କର୍ପୋରେଟର ଟି କିଶୋର, ଉପଦେଷ୍ଟା ଇଂ ସୂର୍ଯ୍ୟନାରାୟଣ ରଥ, କ୍ଷେତ୍ରୀୟ ସମ୍ପାଦକ ହୃଷୀକେଶ ପାଢ଼ୀ, ଦକ୍ଷିଣ ସମ୍ଭାଗ କ୍ଷେତ୍ରୀୟ ସମ୍ପାଦକ ଉମାଶଙ୍କର ପାଣି, ଆୟୋଜକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ରାମପ୍ରସାଦ ପଣ୍ଡା, ସଭାପତି ଶିବଶଙ୍କର ମାଦଳା, ଉପେନ୍ଦ୍ର ପାଣିଗ୍ରାହୀ,ନରସିଂହ ସାହୁ,ପ୍ରଭାତ ଷଡ଼ଙ୍ଗୀ, ଦୁର୍ଗାପ୍ରସାଦ ପଣ୍ଡା, ଗୋପାଳ କୃଷ୍ଣ ପାଢ଼ୀ, କାର୍ତ୍ତିକ ସାହୁ,ପରିମଳ କୁଣ୍ଡୁ, ଆଦିତ୍ୟଭାଇ, ଶାନ୍ତିଲତା ପାଢ଼ୀ, ରତ୍ନଗର୍ଭା ସରସ୍ଵତୀ ପ୍ରମୁଖ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ। ଆଦିତ୍ୟ ବାହିନୀ ଭଜନଦଳର ଗାୟକ ଓ ଗାୟିକା ମାନେ ଭକ୍ତି ସଂଗୀତ ପରିବେଷଣ କରିଥିଲେ। ଶେଷରେ ଭକ୍ତ ମାନଂକୁ ହାଲୁଆ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *