December 18, 2025
Home » ଆଦିବାସୀ ମହୋତ୍ସବ “ମଣ୍ଡେଇ-୨୦୨୫” ର ଦ୍ଵିତୀୟ ସନ୍ଧ୍ୟାରେ ଧୁମ୍ ଜମିଲା

ଆଦିବାସୀ ମହୋତ୍ସବ “ମଣ୍ଡେଇ-୨୦୨୫” ର ଦ୍ଵିତୀୟ ସନ୍ଧ୍ୟାରେ ଧୁମ୍ ଜମିଲା

0
WhatsApp Image 2025-12-14 at 1.00.49 PM

ନବରଙ୍ଗପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ମହେଶ୍ବର ସ୍ୱାଇଁ ଭାପ୍ରସେ ଙ୍କ ପୌରୋହିତ୍ୟରେ ହିର୍ଲି ମଣ୍ଡେଇ ପଡ଼ିଆରେ ଆୟୋଜିତ ନବରଙ୍ଗପୁର ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ତଥା ଐତିହ୍ୟ ଓ ଭାଇଚାରାର ଭବ୍ୟ ଆଦିବାସୀ ମହୋତ୍ସବ “ମଣ୍ଡେଇ-୨୦୨୫” ର ଶନିବାର ଦିନର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଭା.ପ୍ର.ସେ. ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଡଃ. କମଳଲୋଚନ ମିଶ୍ର, ଭା.ପ୍ର.ସେ,ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତି ନସି ଆର ପି ଏଫ କମାଡେଣ୍ଟ ,ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ ଓ.ପ୍ର.ସେ.,ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ଶ୍ରୀଯୁକ୍ତ ବିଶ୍ବଜିତ୍ ଚନ୍ଦ୍ର ବର୍ମନ୍, ଓ.ପ୍ର.ସେ,ନବରଙ୍ଗପୁର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ଦରଓ୍ବାନ୍, ଓ.ପ୍ର.ସେ,ନବରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରକାଶ କୁମାର ମିଶ୍ର ଓ.ପ୍ର.ସେ ମଞ୍ଚାସିନ ଥିଲେ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାପାତ୍ର ଏହି ମହୋତ୍ସବକୁ ଅଞ୍ଚଳର ସମୃଦ୍ଧ ସଂସ୍କୃତିର ପ୍ରତିଫଳନ ଭାବରେ ବର୍ଣ୍ଣନା କରିଥିଲେ, ଯାହାର ଲକ୍ଷ୍ୟ ଏହାକୁ ସଂରକ୍ଷଣ କରିବା ଏବଂ ସ୍ଥାନୀୟ ପ୍ରତିଭା ପାଇଁ ଏକ ମଞ୍ଚ ପ୍ରଦାନ କରିବ ବୋଲି ନିଜ ବକ୍ତବ୍ୟ ରଖିଥିଲେ।
ସେହିପରି ସମ୍ମାନନୀୟ ଅତିଥି ତଥା ପୂର୍ବତନ ଜିଲ୍ଲାପାଳ ଡଃ. କମଳଲୋଚନ ମିଶ୍ର, ଭା.ପ୍ର.ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ସଂସ୍କୃତି , ପରମ୍ପରା ଐତିହ୍ୟ ସମ୍ପନ୍ନ ଜିଲ୍ଲା ଯେଉଁଠାରେ ଗବେଷଣା କ୍ଷେତ୍ରରେ, ଉପନ୍ୟାସ, ଆଦିବାସୀଙ୍କ ସ୍ନେହ ଶ୍ରଦ୍ଧାଭରା ରହିଛି। ଏଠାକାର ଆଦିବାସୀ,ସ୍ଥାନୀୟ ବାସିନ୍ଦା ତିନିବର୍ଷ ଏହି ପବିତ୍ର ମାଟିର ମୋ ନିଜର ପ୍ରଥମ ମା’ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀ ଏବଂ ଦ୍ଵିତୀୟ ମା’ ନବରଙ୍ଗପୁର ମା’ ର ସେବା କରିବା ସମୟରେ ଯେତିକି ସ୍ନେହ ସମ୍ମାନ ଦେଇଛନ୍ତି ତାହା ଏହି ମୋ ଜନ୍ମ ଶେଷ ପର୍ଯ୍ୟନ୍ତ ମଧ୍ୟ ତାହା ଅଗଣିତ ରହିବା । ନବରଙ୍ଗପୁର ପ୍ରଶାସନ ମଣ୍ଡେଇ ୨୦୨୫ ଆବସରରେ ଆମନ୍ତ୍ରିତ କରିଥିବାରୁ ମୁଁ ମା କୋଳକୁ ଆଉ ଥରେ ଆସିବା ସୁଜଗ ଦେଇଥିବାରୁ ଅନେକ ଅନେକ ଧନ୍ୟବାଦ ଏବଂ ଏହି ଅଞ୍ଚଳର ଏହି ପବିତ୍ରତା ବଜାୟ ରଖିବା ସହ ନବରଙ୍ଗପୁର ଜିଲ୍ଲାକୁ ବିଶ୍ବସ୍ତରୀୟ ସହ ମଣ୍ଡେଇକୁ ମଧ୍ୟ ବିଶ୍ବସ୍ତରୀୟ କରିବା ପାଇଁ ଏହି ଅଞ୍ଚଳର ସମସ୍ତଙ୍କର ଗୁରୁଦାୟିତ୍ଵ ରହିଛି ବୋଲି ନିଜ ଅଭିଭାଷଣରେ କହିଥିଲେ।


ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ଆଦିବାସୀ କଳା, ସଂସ୍କୃତି, ଐତିହ, ପରମ୍ପରା ,ବଳିଦାନ ନେଇ ମଞ୍ଚାସିନ ଥିବା ସମସ୍ତ ଅତିଥିଗଣ ମଣ୍ଡେଇ ୨୦୨୫କୁ ଗୁରୁତ୍ୱାରୋପ କରି କହିଥିଲେ ଯେ ଏହା ନବରଙ୍ଗପୁରର କଳାକାରମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ ଏବଂ ଆଦିବାସୀ ସମ୍ପ୍ରଦାୟର ଦୃଢ଼ ଅଂଶଗ୍ରହଣକୁ ପ୍ରଶଂସା କରିଥିଲେ।
ଶୀତୁଆ ରାତିର ମଣ୍ଡେଇ ୨୦୨୫ର ଦ୍ଵିତୀୟ ଦିବସର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମେଲୋଡି ନାଇଟ୍କ ନିଷ୍ଠା ଶର୍ମା ଓ ଦଳ ସମେତ ନବରଙ୍ଗପୁର ଜଗନ୍ନାଥ କଳାକେନ୍ଦ୍ରର ଓଡିଶୀ ନୃତ୍ୟ,ବଲାଙ୍ଗୀରି କୋଶଳ ଫୋକ୍ସ ଏକାଡେମି ର ଦୁଲୁଦୁଲି, ଡାବୁଗାଁ ବ୍ଳକ ଶୋନୁମାଝି ସାଇଲୋଡି ଢେମସା ନୃତ୍ୟ ଦଳର ସାଇଲୋଡି ଢେମସା ନୃତ୍ୟ, ଝାଡଖଣ୍ଡର ସାନ୍ତାଳି ନୃତ୍ୟ,ରାଧେଶ୍ୟାମ ଘୁମୁରା ନୃତ୍ୟ ଦଳ, ନୂଆପଡା-ଘୁମୁରା ନୃତ୍ୟ,କୋଟପାଡ କଳା ବିକାଶ କେନ୍ଦ୍ର, କୋରାପୁଟ-ଦୁରୁଆ, ପାପଡାହାଣ୍ଡି ବ୍ଲକ-ଶିଙ୍ଘ ବାଜା ନୃତ୍ୟ,ଗାୟତ୍ରୀ କଳା ସଂଗଠନ, ରାୟଗଡ-କୂଟିଆ କନ୍ଧ ନୃତ୍ୟ ଅନ୍ତର୍ଭୁକ୍ତ ଥିଲା।
ଶୀତୁଆ ସନ୍ଧ୍ୟାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ନବରଙ୍ଗପୁର ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *