September 21, 2024
Home » ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ

ଆଦିମ ଜନଜାତି ଡଙ୍ଗରିଆ କନ୍ଧ ହୁଣ୍ଡାଡି ୱଡାକାଙ୍କୁ ପ୍ରଧାନମନ୍ତ୍ରୀ ଦେବେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ରାୟଗଡ଼ା ଜିଲ୍ଲା ପାଇଁ ଗର୍ବର ଦିନ

0

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂବନେଶ୍ୱର ଜନତା ମଇଦାନରେ ଶୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିବେ । ଏହି ଅବସରରେ ରାୟଗଡ଼ା ଜିଲ୍ଲାର ଶ୍ରୀମତୀ ହୁଣ୍ଡାଡି ୱଡାକା ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭାବ ବିନିମୟ କରିବା ଅବସରରେ ଗ୍ରହଣ କରିବେ ଯୋଜନାର ପ୍ରଥମ କିସ୍ତି ପ୍ରାପ୍ୟ ।

ସୂଚନା ଥାଉକି ଜିଲ୍ଲାର ବିଷମକଟକ ବ୍ଲକ୍ ଅନ୍ତର୍ଗତ ଖଜୁରୀ ଗ୍ରାମର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ବର୍ଗର ଡମ୍ବରୁ ୱ।ଡାକାଙ୍କ ପତ୍ନୀ ହୁଣ୍ଡାଡି ୱଡାକା ଚଳିତ ମାସ ୬ତାରିଖରେ ଶୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିଲେ । ରାଜ୍ୟସ୍ତରରୁ ନିର୍ଦ୍ଦେଶକ୍ରମେ ଜିଲ୍ଲା ମମତା ସଂଯୋଜକ ଜିତେନ୍ଦ୍ର କୁମାର ମହାପାତ୍ର ଓ ବାଲ୍ୟବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ୧୪ତାରିଖ ଦିନ ଶ୍ରୀମତୀ ୱ।ଡାକାଙ୍କ ଗ୍ରାମକୁ ଯାଇ ତାଙ୍କ ପାରିବାରିକ ବୀବରଣୀ ସଂଗ୍ରହ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ଭୂବନେଶ୍ୱର ଯିବା ପାଇଁ ପରାମର୍ଶ ଭିତ୍ତିକ ନିମନ୍ତ୍ରଣ କରି ଆସିଥିଲେ । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ସହ ୧୫ତାରିଖ ଦିନ ଶ୍ରୀମତୀ ୱ।ଡାକା ଭୂବନେଶ୍ୱର ଯାଇଛନ୍ତି । ଶ୍ରୀମତୀ ୱ।ଡାକାଙ୍କ ବୟସ ୫୮ହୋଇଥିବା ବେଳେ ପରିବାରରେ ତାଙ୍କର ୩ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ସେ ସାଧାରଣତଃ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ, ସପୁରୀ ଚାଷ ତଥା ଜନଜାତି ପାରମ୍ପରିକ ପୋଷାକ (କାପଡ଼-ଗୁନ୍ଦା) ତିଆରି କରି ଜୀବନ ଅତିବାହିତ କରୁଥିବା ବେଳେ, ସୁଭଦ୍ରା ଯୋଜନାରେ ମିଳିବାକୁ ଥିବା ପ୍ରଥମ କିସ୍ତିର ଅର୍ଥରାଶି ତାଙ୍କୁ ନିକଟ ବଜାର ଚାଟିକଣା ଏବଂ ବିଷମକଟକ ଆଦିକୁ ପରିବହନ ତଥା ଯାତାୟତ ନିମନ୍ତେ ସହାୟକ ହେବ ବୋଲି ସେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *