ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ସମ୍ବଳ ମାନଚିତ୍ର ଓ ଗାଁର ୫ ବର୍ଷିଆ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଧର୍ମଗଡ ବ୍ଲକ ବଡ ବସୁଲ ଗ୍ରାମ ଠାରେ ଆଜି ଗ୍ରାମର ସମ୍ବଳ ମାନଚିତ୍ର ଓ ଗାଁର ୫ ବର୍ଷିଆ ଯୋଜନା ତିଆରି କରାଯାଇଛି। ଆଦି କର୍ମଯୋଗୀ ଅଭିଯାନ ମାଧ୍ୟମରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥଲା। ବଡ଼ ବସୁଲ ସରପଞ୍ଚ ମକୁନ୍ଦ ଶବରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ର ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ବେସରକାରୀ ସଂସ୍ଥା କର୍ତ୍ତବ୍ୟ ର କର୍ମୀ ମାନେ ଯୋଗ ଦେଇ ଗାଁର ଜନ ସାଧାରଣଙ୍କୁ ସହଯୋଗ କରିଥିଲେ।

ଶିକ୍ଷା ବିଭାଗରୁ ବିଶ୍ୱଜିତ ବେହେରା, କୃଷି ବିଭାଗରୁ ଦେବାଶିଷ ଚାନ୍ଦ, ଇନ୍ଦୁ ପାଣିଗ୍ରାହୀ, ଜଳ ଓ ପରିମଳ ବିଭାଗରୁ ଖିତେନ୍ ଅମାନତ୍ୟ, ସରୋଜ ମାଝୀ, ପ୍ରାଣୀଧନ ବିଭାଗରୁ ଅଙ୍କବଳ ଦୁର୍ଗା, ଆଦିବାସୀ, ହରିଜନ ଓ ପଛୁଆ ବର୍ଗ ବିଭାଗରୁ ସୂର୍ଯ୍ୟ ନାରାୟଣ ପାଢ଼ୀ, କର୍ତ୍ତବ୍ୟ ର ପ୍ରକଲ୍ପ ନିର୍ଦ୍ଦେଶକ ରାଜେଶ ପଟ୍ଟନାୟକ , ଆଲୋକ ପ୍ରଧାନ ପ୍ରମୁଖ ଯୋଗ ଦେଇ ଗାଁର ୫ ବର୍ଷିଆ ଯୋଜନା ସହିତ ଗାଁ ର ସ୍ବପ୍ନ ତିଆରି ରେ ସହଯୋଗ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଚତୁର୍ଭୁଜ ତାଣ୍ଡି, ଦକ୍ଷ ବ୍ରହ୍ମ ଭଇଁସାଲ୍, ରାହାସ ଗୋପାଳ, କପୂର୍ଚନ ଶବର, ସନ୍ଧ୍ୟା ବିହାରୀ, ସର୍ମୀତା ପ୍ରଧାନ, ନୀରାଞ୍ଜଳି ବାଗ ପ୍ରମୁଖ ସହଯୋଗ କରି ଥିଲେ।
