ଆଧ୍ୟାତ୍ମିକତା ତ୍ୟାଗ ଆତ୍ମାକୁ ପରମାତ୍ମାଙ୍କ ଠାରେ ବିଲୀନ ହୁଏ: ତୁଳସୀ ମାତାଙ୍କ ଶ୍ରଦ୍ଧାଞ୍ଜଳୀରେ ବକ୍ତାମାନଙ୍କ ମତପ୍ରକାଶ
ଭୁବନେଶ୍ୱର: ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତଥା ଓଁ ଶାନ୍ତି ଅନୁଷ୍ଠାନର ବରିଷ୍ଠ ଲୀନା ଭଉଣୀଙ୍କ ମା’ ତୁଳସୀ ମାତାଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ମେଣ୍ଢାଶାଳ ଦିବ୍ୟ ଅନୁସନ୍ଧାନ କେନ୍ଦ୍ର ଠାରେ ଭୁବନେଶ୍ୱର ସବ୍ଜୋନ୍ ଇନ୍ଚାର୍ଜ ଲୀନା ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପ୍ରାଣୀ ଜନ୍ମ ନିଏ ମାତ୍ର ତାର ଆଧ୍ୟାତ୍ମିକତା ତ୍ୟାଗ, କର୍ମ, ନିଷ୍ଠା ଅମର ରହିବା ସହିତ ଆତ୍ମା ପରମାତ୍ମାଙ୍କ ଠାରେ ବିଲୀନ ହୁଏ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ରାଜଯୋଗ ଭଗବାନଙ୍କ ସେବା ଜାରି ରଖୁଥିବାବେଳେ ସମାଜରେ ପରମଆତ୍ମା ପିତାଙ୍କ ଜ୍ଞାନର ପ୍ରଚାର ପ୍ରସାର ହୋଇଥାଏ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଟକରୁ ବରିଷ୍ଠ ରାଜଯୋଗିନୀ କମଲେଶ ଦିଦିଜୀ, ସୁଲୋଚନା ଦିଦଜୀ, ନଥମଲ ଭାଇ,ଭୁବନେଶ୍ୱରରୁ ଭଉଣୀ ମଂଜୁ, ତପସ୍ୱିନୀ, ସଙ୍ଗିତା, ଦମୟନ୍ତୀ, ଦୁର୍ଗେସ, ମିନି, କଳ୍ପନା ପ୍ରମୁଖ ଏକତ୍ରିତ ହୋଇଥିଲେ।
