ଆନ୍ତଃ ବିଦ୍ୟାଳୟ ଶିଶୁ ନାଟକ ମହୋତ୍ସବ ଉଦଯାପିତ

ଆନ୍ତଃ ବିଦ୍ୟାଳୟ ଶିଶୁ ନାଟକ ମହୋତ୍ସବ ୨୫ ଶେଷ ହୋଇଯାଇଅଛି। ଏହି ମହୋତ୍ସବ ଟି ୪ତାରିଖ ଶନିବାର ଠାରୁ ଜୟଦେବ ସଦନ ରେ ଆରମ୍ଭ ହୋଇ ଥିବାବେଳେ ୮ତାରିଖ ବୁଧବାର ଉଦଯାପିତ ହୋଇଥିଲା। ଏହି ନାଟକ ମହୋତ୍ସବ କୁ ପାରାଦୀପ ବନ୍ଦର ପ୍ରାଧିକରଣ ର ଜଗନ୍ନାଥ ଲଳିତ କଳା ସଂସଦ ଦ୍ଵାରା ଆୟୋଜିତ ହୋଇଥିଲା। ଉଦଘାଟନ ସଂନ୍ଧ୍ୟାରେ ସଂସଦର ସଭାପତି ଉପସର°କ୍ଷକ କାପ୍ତାନ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ସାହୁ ଓ ବନ୍ଦର ଚିକିତ୍ସାଳୟର ବରିଷ୍ଠ ଡେପୁଟି ସିଏମ୍ଓ ଡାକ୍ତର ଦୂର୍ଗା ପ୍ରସାଦ ସେଠୀ ଏବଂ ସଂସଦର ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ମହାରଣା ଓ ନାଟ୍ୟ ନିର୍ଦ୍ଦେଶକ ନିରଞ୍ଜନ ଗାନ୍ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥଲେ। ପ୍ରତ୍ୟେକ ସନ୍ଧ୍ୟା ର ଦୁଇଟି ବିଦ୍ୟାଳୟ ନାଟକ ମଞ୍ଚସ୍ଥ କରିଥିଲେ।ପ୍ରଥମ ଦିନର ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ର (ନୂଆ ବଜାର) ନାଟକ ଥିଲା ବିଶ୍ୱାସ ଓ ମା ଅମ୍ବିକା ବିଦ୍ୟାଳୟର ନାଟକ ଥିଲା “କାହ୍ନୁ”।
ରବିବାର ସନ୍ଧ୍ୟାରେ ନବପ୍ରଭାତ ର “ମୁର୍ଖ ପଣ୍ଡିତ “ଓ ଏନ୍ ଏସି ବାଳିକା ବିଦ୍ୟାଳୟର ନାଟକ ଥିଲା ଯନ୍ତ୍ରଣା ଆଉ କେତେଦିନ।
ସୋମବାର ଥିଲା ଗଣପତି ଶିଶୁ ବିଦ୍ୟାମନ୍ଦିରର ନାଟକ “ସବକୋ ସନମତି ଦେ ଭଗବାନ୍” ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଥିଲା ନାଟକ କହ୍ନେଇ ଯାଇଛି “ଭୁବନେଶ୍ଵର”
ମଙ୍ଗଳ ବାର ସନ୍ଧ୍ୟା ରେ ଥିଲା ପୋର୍ଟ ଟ୍ରଷ୍ଟ ଇୟୁପି ସ୍କୁଲର ନାଟକ “ମଧୁମାଳତୀ “ଓ ଜ୍ୟୋତି ପବ୍ଲିକ ସ୍କୁଲ ର ନାଟକ ଥିଲା”ପରିଚୟ ”
ବୁଧବାର ଉଦଯାପନୀ ସନ୍ଧ୍ୟା ରେ ଥିଲା ଅରବିନ୍ଦ ବାଲିଝରା ର ନାଟକ “ଏଇତ ଜୀବନ “ଓ ପୋର୍ଟ ଟ୍ରଷ୍ଟ ଉଚ୍ଚବିଦ୍ୟାଳୟ ଦ୍ବାରା ମଞ୍ଚସ୍ଥ ନାଟକ “ମାଟି ଘର”
ଉଦଯାପନୀ ସନ୍ଧ୍ୟାକୁ ସଂସଦର ସମ୍ପାଦକ ପ୍ରଶାନ୍ତ ମହାରଣା ଅତିଥି ଭାବେ ଉପସ୍ଥିତ ରହି ଶିଶୁ କଳାକାର ମାନଙ୍କୁ ପରିଚୟ ପତ୍ର ସହିତ ଉପଢୋକନ ପ୍ରଦାନ କରିଥିଲେ। ଅପରପକ୍ଷରେ ଓଡ଼ିଶାର କଳାକୁ ସମ୍ମାନ ଦେଉଥିବା ଏକ ଅଗ୍ରଣୀ ସଂଗଠନ ଆମେ କଳାକାର ଟ୍ରଷ୍ଟର ସଭାପତି ମହୋଦୟା ଇତିଶ୍ରୀ ପୁହାଣ ଙ୍କ ଦ୍ବାରା କୃତି କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଯଥା ବେଷ୍ଟ ଆକର୍ଟେସ ,ଖିରାବଦ୍ଧି ତନୟା ନାୟକ-ଜ୍ୟୋତି ପବ୍ଲିକ ସ୍କୁଲ
ବେଷ୍ଟ ଆକ୍ଟର -ଗଣପତି ଶିଶୁ ବିଦ୍ୟା ମନ୍ଦିର
ବେଷ୍ଟ ପ୍ରଡକ୍ସନ -ଅରବିନ୍ଦ ଶିକ୍ଷା କେନ୍ଦ୍ର ନୁଆବଜାର ଓ ଅରବିନ୍ଦ ଶିକ୍ଷା କେନ୍ଦ୍ର ବାଲିଝରା
ବେଷ୍ଟ ସପଟି° ଆକ୍ଟର -ପୋର୍ଟ ଟ୍ରଷ୍ଟ ଇଉପିସ୍କୁଲ ତୁହିନ ବାଲ୍ଲା ଙ୍କୁ ପୁରସ୍କୃତ କରାଯାଇଥିଲା।
ପ୍ରତିଦିନ ସନ୍ଧ୍ୟା ରେ ମଞ୍ଚସ୍ଥ ନାଟକକୁ ଦର୍ଶକ ମାନେ ମନଭରି ଉପଭୋଗ କରିଥିଲେ। ଜଗନ୍ନାଥ ଲଳିତ କଳା ସଂସଦ ର ଏଭଳି ପ୍ରୟାସ କୁ ବିଭିନ୍ନ ମହଲରୁ ସୁବେଛ୍ୟାର ବାର୍ତ୍ତା ଛୁଟିବାର ଲାଗିଛି।