March 13, 2025
Home » ଆନ୍ତର୍ଜାତିକ ମହିଳା ଦିବସ ଯାକଜମକ୍ ଭାବେ ଅନୁଷ୍ଠିତ

ଆନ୍ତର୍ଜାତିକ ମହିଳା ଦିବସ ଯାକଜମକ୍ ଭାବେ ଅନୁଷ୍ଠିତ

0

ଭୁବନେଶ୍ବର: ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଭୁବନେଶ୍ବର ମହାନଗର ନିଗମ ର ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଖୁବ୍ ଯାକଜମକ୍ ଭାବେ ଅନୁଷ୍ଠିତ ହୋଇଯାଇଛି l ସକାଳର ହସ୍ତତନ୍ତ ପଦଯାତ୍ରା ପରେ, ସ୍ଥାନୀୟ ଉତ୍କଳ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା ସମ୍ପୂର୍ଣା l ଏହା ଥିଲା ଆମ ନାରୀ ମାନଙ୍କ ପାଇଁ ଆଜି ସନ୍ଧ୍ୟାର ଅର୍ଘ୍ୟ l ସନ୍ଧ୍ୟା 6 ଘଟିକାରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ର ଅତିଥି ଭାବେ ମଞ୍ଚରେ ରହିଥିଲେ ମାନନୀୟl ମେୟର ଶ୍ରୀମତୀ ସୁଲୋଚନା ଦାସ, ମାନନୀୟl ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କଅଁର, କମିଶନର ଓଡ଼ିଆ ସିନେମା ଜଗତର ସ୍ୱନାମଧନ୍ୟା ଅଭିନେତ୍ରୀ ଶ୍ରୀମତୀ ଅର୍ଚିତା ସାହୁ,ଅଲିମ୍ପିଆନ୍ ଅନୁରାଧା ବିଶ୍ଵାଳ,ବହୁ ଷ୍ଟାଣ୍ଡିଂ କମିଟି ସଦସ୍ୟ ସଦସ୍ୟା ଏବଂ କର୍ପୋରେଟର lସମାଜରେ ନାରୀର ସ୍ଥାନ ଏବଂ ସମୃଦ୍ଧି କୁ ଆଗକୁ ନେଇ ଯିବାର ଏକ ପ୍ରୟାସ ସମ୍ପୂର୍ଣ୍ଣl, ସବୁଥିରେ ପରିପୂର୍ଣ୍ଣl ହେଉଛି ନାରୀ, ଭେଦଭାବ ପରିବାରରୁ ବନ୍ଦ ହେବା ଆବଶ୍ୟକ ଏବଂ ଏହା ସମୃଦ୍ଧିକୁ ବାଟ କଢାଇବ ବୋଲି କହିଥିଲେ ମଞ୍ଚାସୀନ ଅତିଥିବୃନ୍ଦ lବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ମହୀୟସୀ ମାନଙ୍କୁ ସମ୍ମାନିତ କରାଯାଇଥିଲା l ସେମାନେ ହେଲେ ଅଞ୍ଜନା ସେନାପତି ମହିଳା ସ୍ଵାସ୍ଥ୍ୟ କର୍ମୀ ,ପ୍ରତ୍ୟାଷା ରାୟ ସନ୍ତରଣ ଅର୍ପିତା ପାଣି ଓଡିଶୀ ନୃତ୍ୟ ଶିଳ୍ପୀ ,ସ୍ମୃତି ଶ୍ରୀ ସିଂହ, ମାଷ୍ଟର ସେଫ୍ ,ସ୍ନେହ ମିଶ୍ର ସମାଜ ସେବୀ ,ମମତା ନାୟକ ଇ ରିକ୍ସା ଚାଳିକାଭାଗ୍ୟ ଶ୍ରୀ ଗୋଚ୍ଛାୟତ ସାନିଟାରୀ ଇନ୍ସପେକ୍ଟର,ସୀମା ଦାସ ସ୍ଵଚ୍ଛ ସୁପରଭାଇଜର କ୍ଷୀରାବ୍ଧିତନୟା ସାହୁ ସ୍ଵଚ୍ଛ ସାଥୀ,ଅଙ୍କିତା ମହାନ୍ତି ପ୍ଲାଣ୍ଟ ମ୍ୟାନେଜର୍ ,ସରସ୍ଵତୀ ନାଏକ ସ୍ଵଚ୍ଛ କର୍ମୀ ସବିତା ଜେଠୀ ସ୍ଵଚ୍ଛ କର୍ମୀ ମଧୁସ୍ମିତା ନନ୍ଦ ଅଙ୍ଗନବାଡି କର୍ମୀ ମନୋରମା ସାହୁ ଆଶା କର୍ମୀ ଶ୍ରାବଣୀକା ପ୍ରଧାନ ଟ୍ରାଫିକ ପୁଲିସ,ଅତସୀ ବାସୁ ଜେନା ଚିତ୍ର ଶିଳ୍ପୀ ,ଅଙ୍କିତା ମିଶ୍ର ଧାରାବାହିକ କଳାକାର ଏବଂ ରଶ୍ମୀ ସାହୁ ଉଦ୍ୟୋଗୀ lଏହା ସାଙ୍ଗକୁ ସକାଳର ହସ୍ତତନ୍ତ ପଦଯାତ୍ରା ରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ରୋଜାଲିନ ମିଶ୍ର, ଜୟନ୍ତୀ ମହାରଣା ଓ ପିଙ୍କି ବେହେରା ଙ୍କୁ ପୁରସ୍କୃତ କରାଯାଇଛି lସାଂସ୍କୃତିକ କାର୍ଯ୍ୟକ୍ରମ ରେ ଦୀପ୍ତି ରେଖା ପାଢୀଙ୍କ ଲଘୁସଙ୍ଗୀତ, ଶ୍ରୀମତୟୀ ଦେବସ୍ମୀତା ଓ ଗ୍ରୁପ୍ ଙ୍କ ଶକ୍ତି ସ୍ଵରୂପିଣୀ ନୃତ୍ୟ ଏବଂ ଜୟଶ୍ରୀ ଧଳଙ୍କ ଗୀତ ଉପସ୍ଥିତ 1100 ମହିଳାଙ୍କ ମନ ମୋହିଥିଲା lକାର୍ଯ୍ୟକ୍ରମ ସଂଯୋଜନା ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଅତିରିକ୍ତ କମିଶନର ସସ୍ମିତା ସାହୁ ଓ ଟିମ୍ ବିଏମସି କରିଥିଲେ l

Leave a Reply

Your email address will not be published. Required fields are marked *