ଆନ୍ତର୍ଜାତିକ ମହିଳା ଦିବସ ସପ୍ତାହ ପାଳନ ଉଦଘାଟିତ
ସୁବର୍ଣ୍ଣପୁର— ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର ଆନୁକୂଲ୍ୟରେ ଅନ୍ତର୍ଜାତକ ମହିଳା ଦିବସ ସପ୍ତାହ ପାଳନ ଉତ୍ସବ ଆଜି ‘ସୁବର୍ଣ୍ଣା ‘ ର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟିତ ହୋଇଯାଇଛି l ତାଙ୍କର ଉଦଘାଟନୀ ଭାଷଣରେ ଶ୍ରୀଯୁକ୍ତ ସାହୁ କହିଥିଲେ ଯେ ପାରିବାରିକ ସମସ୍ୟା ସମାଧାନ ଦିଗରେ ସୁବର୍ଣ୍ଣା ର କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ l ଏଭଳି ଏକ ମହିଳା ସ୍ବେଛାସେବୀ ଅନୁଷ୍ଠାନ ର ସଫଳତା ନିମନ୍ତେ ଏହାର କାର୍ଯ୍ୟ ପରିସର ବର୍ତ୍ତମାନ ସମଗ୍ର ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବ୍ୟାପକ ହୋଇପାରିଛି l ସେ ଜିଲ୍ଲାପାଳ ଭାବେ ସୁବର୍ଣ୍ଣା ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ‘ସୁବର୍ଣ୍ଣା ‘ ର ସଭାନେତ୍ରୀ ପ୍ରାଧ୍ୟାପିକା ମୀନା ମହାରଣା ପ୍ରଥମେ ସ୍ୱାଗତ ଭାଷଣ ଦେଇ ‘ସୁବର୍ଣ୍ଣା’ ର କାର୍ଯ୍ୟକାରୀତା ସମ୍ପର୍କ ରେ ସୂଚନା ଦେଇଥିଲେ l ଉପସଭାନେତ୍ରୀ ଭଗବତୀ ରାୟଗୁରୁ ଓ ଅନ୍ୟତମ ଉପଦେଷ୍ଟା ଗୋରେଖନାଥ ସାହୁ ନିଜ ନିଜର ଅଭିଜ୍ଞତା ସଂକ୍ଷେପରେ ବର୍ଣ୍ଣନା କରିଥିଲେ l ଶେଷରେ ସୁବର୍ଣ୍ଣା ର ସମ୍ପାଦିକା ପୁଷ୍ପାଞ୍ଜଳି ମେହେର ଧନ୍ୟବାଦ ଦେଇଥିଲେ l ବରିଷ୍ଠ ସଭ୍ୟା ଇନ୍ଦୁମତୀ ପୁରୋହିତ, ଶ୍ରଦ୍ଧାଞ୍ଜଳି ମିଶ୍ର, କଳ୍ପନା ମେହେର, ସନ୍ଧ୍ୟା ତାଣ୍ଡି, ମଞ୍ଜୁଲତା ଝାଙ୍କର , ଘନକେଶୀ ମେହେର, ସସ୍ମିତା ମେହେର, ଗୀତା ବହିଦାର, ଆରତୀ ଖମାରୀ, ସ୍ମିତା ମେହେର, ଶ୍ରଦ୍ଧା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
