ଆନ୍ତର୍ଜାତୀୟ ଅରଣ୍ୟ ଦିବସ ପାଳିତ

ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଅରଣ୍ୟ ଦିବସ ପାଳିତ ହୋଇଯାଇଛି ।ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ହେମବନ୍ତି ବାଘଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ସତ୍ୟଜିତ ପଣ୍ଡା ସଂଯୋଜନା କରିଥିଲେ ।ପ୍ରକୃତି ଓ ଜୈବ ବିବିଧତାର ଅନନ୍ୟ ସୃଷ୍ଟି ହେଉଛି ଅରଣ୍ୟ। ଅରଣ୍ୟର ପ୍ରକାର ଭେଦ ଓ ବିଭିନ୍ନ ବନ୍ୟପ୍ରାଣୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଅରଣ୍ୟ ରକ୍ଷା ଓ ପ୍ରକୃତି ସୁରକ୍ଷା ଆମ ପ୍ରାଥମିକତା ବୋଲି ପ୍ରଧାନ ଶିକ୍ଷୟିତ୍ରୀ ମତପ୍ରକାଶ କରିଥିଲେ । ଅରଣ୍ୟର ସଂରକ୍ଷଣ ପାଇଁ ବୃକ୍ଷରୋପଣ ଓ ଜନ ସଚେତନତା ସୃଷ୍ଟି କରିବା ଦରକାର। ଯଦି ବୃକ୍ଷରୋପଣ ନକରିବା ଆଗାମୀ ଭବିଷ୍ୟତରେ ଆମ ପୃଥିବୀ ଉତ୍ତପ୍ତ ଅଗ୍ନିରେ ଭାଜି ହେବା ସୁନଶ୍ଚିତ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଆଲୋକ ପରଡ଼ିଆ, ସରୋଜ ସାହୁ,ଶିକ୍ଷୟିତ୍ରୀ ଏମ୍. ମାଧୁରୀ ଦୋରା,ମୀରlବାଇ ଧରୁଆ, ସୁପ୍ରିୟା ପ୍ରିୟଦର୍ଶିନୀ, ଗୀତାଞ୍ଜଳୀ ସାହୁ,ଶିକ୍ଷକ ଦେବସ୍ରୀତ ପ୍ରଧାନ,ବୀରଭଦ୍ର ମିଶ୍ର ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପରିବେଶ ଓ ଜଙ୍ଗଲ ସୁରକ୍ଷା ସଂକ୍ରାନ୍ତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ପରିଶେଷରେ ଶିକ୍ଷକ ବନମାଳୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର