July 27, 2025
Home » ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ଓଡ଼ିଶା ର ରାଜ୍ୟ ସ୍ତରୀୟ ବହୁଭାଷୀ କବିତା ଆସର ଓ ବନ୍ଧୁମିଳନ ମହୋତ୍ସବ

ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ଓଡ଼ିଶା ର ରାଜ୍ୟ ସ୍ତରୀୟ ବହୁଭାଷୀ କବିତା ଆସର ଓ ବନ୍ଧୁମିଳନ ମହୋତ୍ସବ

0
WhatsApp Image 2025-05-31 at 8.33.43 AM

l ସୁବର୍ଣ୍ଣପୁର— ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ଥିତ ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସର ରେ ସୁବର୍ଣ୍ଣପୁର ମହିଳା କାବ୍ୟ ମଞ୍ଚ ଆୟୋଜନ କରିଛି ଆନ୍ତର୍ଜାତୀୟ ମହିଳା କାବ୍ୟ ମଞ୍ଚ ର ମହା ବନ୍ଧୁ ମିଳନ ପର୍ବ ଓ ବହୁଭାଷୀ କବିତା ପାଠୋତ୍ସବ କାର୍ଯ୍ୟକ୍ରମ।ଏହି
ଏହି କାର୍ଯ୍ୟକ୍ରମ ର ପ୍ରଥମ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମହିଳା କାବ୍ୟ ମଞ୍ଚ ଓଡ଼ିଶା ର ଅଧ୍ୟକ୍ଷା ତଥା ରାଷ୍ଟ୍ରୀୟ ମହାସଚିବ ପ୍ରଫେସର୍ ଡ଼କ୍ଟର କମଳ ପ୍ରଭା କପାନି ମହୋଦୟା l ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ଶିକ୍ଷା ମଞ୍ଚ ର ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ରାଜ କଲେଜ ର ଅଧ୍ୟାପିକା ଡ଼କ୍ଟର ଇତିଶ୍ରୀ ମିଶ୍ର। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିଶିଷ୍ଟ କବି ଓ ଲେଖକ ପ୍ରଫେସର୍ ଡ଼କ୍ଟର ସଦନ୍ କୁମାର୍ ପାଲ ଓ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ତଥା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ଶାଶ୍ଵତ କୁମାର ତ୍ରିପାଠୀ ଏବଂ ସିଦ୍ଧାର୍ଥ କଲେଜ ର ଅଧ୍ୟକ୍ଷ ତଥା କବି ଲେଖକ ଧୀରେନ୍ଦ୍ର କୁମାର ନାୟକ।ମହିଳା କାବ୍ୟ ମଞ୍ଚ ଓଡ଼ିଶା ର ପ୍ରଦେଶ ଉପାଧ୍ୟକ୍ଷ ସ୍ଵର୍ଣ୍ଣପ୍ରଭା ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାରସ୍ବତ ସମାବେଶ ରେ ସଂପାଦିକା ଅଧ୍ୟାପିକା ସନ୍ତୋଷିନୀ ନାୟକ ସଭା ପରିଚାଳନା କରିଥିଲେ ଓ ବୌଦ୍ଧ ମହିଳା କାବ୍ୟ ମଞ୍ଚ ର ଉପାଧ୍ୟକ୍ଷ ଅଧ୍ୟାପିକା ସୁନନ୍ଦା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l
ଦ୍ଵିତୀୟ ପର୍ଯ୍ୟାୟ ରେ ଅନୁଷ୍ଠିତ ହୋଇଥିଲା ବହୁଭାଷୀ କବିତା ଆସର ପର୍ବ l ସୁବର୍ଣ୍ଣପୁର ମହିଳା କାବ୍ୟ ମଞ୍ଚ ର ଅଧ୍ୟକ୍ଷl ଗୀତାଞ୍ଜଳି ମିଶ୍ର ଙ୍କ ଅଧ୍ୟକ୍ଷତା ରେ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କାବ୍ୟ ମଞ୍ଚ ର ଉପଦେଷ୍ଟା ଯମୁନା ମିଶ୍ର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ ଐତିହାସିକ ତଥା କବି,ଲେଖକ ଡ଼କ୍ଟର ସୁଦାମ ନାଏକ ।କବିତା ଆସର ରେ ଶବ୍ଦ ସଂଯୋଜନା କରିଥିଲେ ବରଗଡ଼ ମହିଳା କାବ୍ୟ ମଞ୍ଚ ଅଧ୍ୟକ୍ଷ ସନ୍ତୋଷିନୀ ଦାଶ,ତୃପ୍ତିମୟୀ ମିଶ୍ର, ନୀଳକାନ୍ତି ପଟ୍ଟନାୟକ, ହିରଣ୍ମୟ ପଟ୍ଟନାୟକ, ଅରୁଣି ତ୍ରିପାଠୀ ଓ ଶ୍ରଦ୍ଧାଞ୍ଜଳି ମିଶ୍ର। ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପିକା ବୈଜୟନ୍ତୀ ସାହୁ ଓ ଧନ୍ୟବାଦ ଅର୍ପଣ କରିଥିଲେ ରାଷ୍ଟ୍ରୀୟ ଶିକ୍ଷା ମଞ୍ଚ ର ସଂପାଦିକା ଅଧ୍ୟାପିକା ଦେବଯାନୀ ମେସୂଆ।ଓଡ଼ିଶା ର ବିଭିନ୍ନ ଜିଲ୍ଲା ଯଥା ସୁବର୍ଣ୍ଣପୁର, ବରଗଡ଼, ବଲାଙ୍ଗୀର, ବୌଦ୍ଧ ପ୍ରାୟ ୭୦ ରୁ ଉର୍ଦ୍ଧ୍ୱ କବି ସ୍ବରଚିତ ବହୁଭାଷୀ କବିତା ପାଠ କରି ଏହି ମହୋତ୍ସବରେ ଯୋଗଦେଇ ସାରସ୍ୱତ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ସମସ୍ତ ସାରସ୍ୱତ ସ୍ରଷ୍ଟା ଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *