March 10, 2026
Home » ଆନ୍ତର୍ଜାତୀୟ ମହିଳା ଦିବସ

ଆନ୍ତର୍ଜାତୀୟ ମହିଳା ଦିବସ

0
WhatsApp Image 2026-03-10 at 10.59.06 AM

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର ମହାନଗର ନିଗମ ୬ନଂ ୱାର୍ଡ ଅନ୍ତର୍ଗତ ଶ୍ରୀରାମ ନଗର ସ୍ଥିତ ଶିଶୁ ଉଦ୍ୟାନ ପାର୍ଶ୍ଵ ୱାର୍ଡ ଅଫିସରେ ପାଳନ କରାଯାଇଛି। କର୍ପୋରେଟର ଶ୍ରୀମତୀ ଶ୍ୱେତରେଖା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୱାର୍ଡର ବହୁ ମହିଳା ମାନଙ୍କ ଗହଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି, ଆଶା, ସ୍ୱଚ୍ଛ ସାଥୀ, ଜଳ ସାଥୀ, ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅଞ୍ଚଳର ବହୁ ପ୍ରତିଷ୍ଠିତ ତଥା ମାନ୍ୟଗଣ୍ୟ ମହିଳା ମାନେ ସାମିଲ ହୋଇ ଅଂଶଗ୍ରହଣ କରିଥିବା ସହ ମାନନୀୟ କର୍ପୋରେଟରଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ ।

ଶେଷରେ ସମସ୍ତେ ମିଳିମିଶି କେକ୍ କାଟି ଏହି ଦିବସକୁ ଉତ୍ସହିତର ସହ ଉପଭୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ନେତା ଶ୍ରୀ ସତ୍ୟ ନାରାୟଣ ତ୍ରିପାଠୀଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା ।

 

brahmpur epa ru narasingh dakua nka report

Leave a Reply

Your email address will not be published. Required fields are marked *