March 13, 2025
Home » ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ରାୟଗଡା ପୌରପାଳିକାର ମହିଳା କର୍ମଚାରୀଙ୍କ ସମ୍ଭର୍ଦ୍ଧନ। ଉତ୍ସବ

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ରାୟଗଡା ପୌରପାଳିକାର ମହିଳା କର୍ମଚାରୀଙ୍କ ସମ୍ଭର୍ଦ୍ଧନ। ଉତ୍ସବ

0

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ, ରାୟଗଡା ସ୍ଥିତ ବିଜୁ ପଟ୍ଟନାୟକ (ମ୍ୟୁନିସିପାଲିଟି କାଉନସିଲ୍) ଅଡିଟରିୟରେ ଠାରେ ତା.୦୮.୦୩. ୨୦୨୫ ରିଖ ଦିନ ୧୧.୦୦ ଘଟିକା ସମୟରେ ରାୟଗଡା ପୌରପାଳିକା ଦ୍ୱାରା ଏହି ଦିବସଟି ମହାସମାରୋହରେ ଆୟୋଜିତ ହୋଇଯାଇଛି । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି କୁମାର,ରାୟଗଡ଼ା ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁ,ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବବିଲତା ଶରଫ, ଶୁଭ୍ରା ପଣ୍ଡା ,ନିର୍ବାହୀ ଅଧିକାରୀ କୁଲଦୀପ କୁମାର ମଞ୍ଚାସିନ ଥିଲେ । ଅତିଥିଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।ମଞ୍ଚାସିନ ଥିବା ସମସ୍ତ ଅତିଥି ନିଜ ନିଜର ବକ୍ତବ୍ୟରେ ସମାଜରେ ଉତ୍ତମ ପରିବେଶ ସୃଷ୍ଟି କରିବାରେ ,ଉତ୍ତମ ସମାଜ ଗଢିବାରେ ଆଜିକାର ମହିଳାଙ୍କ ମୁଖ୍ୟ ଭୂମିକା,କର୍ମ,କର୍ତ୍ତବ୍ୟ ସହ ମହିଲାର ସ୍ଥିତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ କହିଥିଲେ । ନାରୀକୁ ସମ୍ମାନ ଦେଲେ ହିଁ ଏହି ସମାଜ ଆଗେଇବା ସହ ସମାଜରେ ସମସ୍ତଙ୍କ ମଙ୍ଗଳ ହେବ। ଆଜିର ନାରୀ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଆଗେଇବାରେ ସଫଳପ୍ରଦ ହୋଇଥିବା ବେଳେ ଏହା ପଛରେ ନିଜ ପରିବାର ତଥା ନିଜ ପୁରୁଷର ସମ୍ପୂର୍ଣ୍ଣ ସମର୍ପିତ ସହଯୋଗ ମଧ୍ୟ ମୁଖ୍ୟ ଅବଦାନ ରହିଛି ବୋଲି ଅତିଥିଗଣ ତାଙ୍କ ବକ୍ତବ୍ୟରେ କହିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଲିଙ୍ଗଗତ ସମାନତା, ପ୍ରଜନନ ଅଧିକାର ଏବଂ ହିଂସା ଏବଂ ମହିଳାଙ୍କ ସାହସ,ନିଜର ପରିଶ୍ରମ,ଶିକ୍ଷା,କଳା,ସାମାଜିକ ସେବା କ୍ଷେତ୍ରରେ ପୁରୁଷ ସହ ସମ ତୁଲ୍ୟ ଭାବେ ନିଜ ଅଧିକାର କର୍ତ୍ତବ୍ୟ ସଠିକ୍ ଭାବେ ତୁଲାଇବା ରେ ନିଜ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଅବସରରେ ରାୟଗଡା ପୌରପାଳିକାର ମହିଳା କର୍ମଚାରୀଙ୍କ ସମ୍ଭର୍ଦ୍ଧନ କରାଯାଇଥିବା ବେଳେ ଦୁଇଜଣ ମହିଳା ସାମ୍ବାଦିକଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।

ଆନ୍ତର୍ଜାତୀୟ ମହିଳା ଦିବସ ବିଷୟରେ କହିବାକୁ ଗଲେ ନ୍ୟୁୟର୍କ ସିଟିରେ ଆମେରିକାର ସମାଜବାଦୀ ପାର୍ଟି ଦ୍ୱାରା ଫେବୃଆରୀ ୨୮,୧୯୦୯ ରେ ପ୍ରଥମ ଦିବସଟି “ମହିଳା ଦିବସ” ରୂପେ କଆୟୋଜିତ ହୋଇଥିବା ବେଳେ ଯାହା କି ୧୯୧୦ ମସିହାରେ ଜର୍ମାନ ପ୍ରତିନିଧୀମାନଙ୍କୁ କପିଳେନ୍ଦ୍ରରେ ଚାଲିଥିବା ଆନ୍ତର୍ଜାତୀୟ ସମାଜବାଦୀ ମହିଳା ସମ୍ମିଳନୀରେ “ଏକ ସ୍ୱତନ୍ତ୍ର ମହିଳା ଦିବସ” ପ୍ରସ୍ତାବଟି ପରବର୍ତ୍ତୀ ବର୍ଷରେ ପ୍ରଥମ ପ୍ରଦର୍ଶନ ଏବଂ ସ୍ମୃତିଚାରଣ ଦେବାକୁ ଦେଖିବାକୁ ମିଳିଥିଲା ୟୁରୋପରେ ଆୟୋଜିତ ଆନ୍ତର୍ଜାତୀୟ ମହିଳା ଦିବସରେ।
୧୯୧୭ର ଋଷିଏନ ବିପ୍ଳବରେ ମହିଳାଙ୍କ ଭୂମିକାକୁ ସମ୍ମାନ ଜଣାଇବା ପାଇଁ ଭ୍ଲାଡିମିର୍ ଲେନିନ୍ ୧୯୨୨ ମସିହାରେ ମାର୍ଚ୍ଚ ୦୮ କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ଘୋଷଣା କରିଥିଲେ; ପରେ ଏହାକୁ ସମାଜବାଦୀ ଆନ୍ଦୋଳନ ଏବଂ କମ୍ୟୁନିଷ୍ଟ ଦେଶମାନେ ସମାନ ତାରିଖରେ ପାଳନ କରିବା ଆରମ୍ଭ କଲେ । ମିଳିତ ଜାତିସଂଘ ଦ୍ୱାରା ୧୯୭୭ରେ ଏହାର ପଦୋନ୍ନତି ପରେ ଆନ୍ତର୍ଜାତୀୟ ମହିଳା ଦିବସ ଅନେକ ଦେଶରେ ଏକ ସାଧାରଣ ମୁଖ୍ୟ ସ୍ରୋତ ବିଶ୍ୱସ୍ତରୀୟ ଛୁଟି ହୋଇଗଲା |
ସର୍ବଭାରତୀୟ ମହିଳା ମତଦାନ ଆନ୍ଦୋଳନରୁ ଅନୁପ୍ରାଣିତ ହୋଇ ଆନ୍ତର୍ଜାତୀୟ ମହିଳା ଦିବସ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ୟୁରୋପ ଏବଂ ଉତ୍ତର ଆମେରିକାରେ ଶ୍ରମିକ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ବେଳେ ଭ୍ଲାଡିମିର୍ ଲେନିନ ମାର୍ଚ୍ଚ ୦୮ ତାରିଖକୁ ଛୁଟି ଘୋଷଣା କରିଥିଲେ ।
ରାୟଗଡା ପୌରପାଳିକା ନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉତ୍ତମ ସ୍ଵୟଂସହାୟକ ଗୋଷ୍ଟି,ସମସ୍ତ କାଉନସିଲର ବୃନ୍ଦ,ସମସ୍ତ କର୍ମଚାରୀ,ସମସ୍ତ ସ୍ଵଛସାଥି,ସମସ୍ତ ମହିଳା ସଫେଇ କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା,ସମସ୍ତ କାଉନସିଲର,ସମସ୍ତ କର୍ମକର୍ତ୍ତା , ସମସ୍ତ ଏସେହେଚଜି,ସମସ୍ତ ସ୍ଵଚସଥି, ସମସ୍ତ ସଫେଇ କର୍ମଚାରୀ ଅଂଶଗ୍ରହଣ କରିଥିବା ବେଳେ ବିଦିଶା ଶତପଥୀ ଏଙ୍କରିଙ୍ଗ କରିଥିଲେ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *