October 23, 2025
Home » ଆନ୍ତର୍ଯ୍ୟାତୀୟ ବେଳାଭୂମି ସ୍ୱଛତା ଦିବସରେ ପାରାଦୀପ ପୌରପାଳିକା ପକ୍ଷରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ

ଆନ୍ତର୍ଯ୍ୟାତୀୟ ବେଳାଭୂମି ସ୍ୱଛତା ଦିବସରେ ପାରାଦୀପ ପୌରପାଳିକା ପକ୍ଷରୁ ସାମୁହିକ ସଫେଇ କାର୍ଯ୍ୟକ୍ରମ

0
WhatsApp Image 2025-09-20 at 6.47.41 PM

 

ପାରାଦୀପ – ଆନ୍ତର୍ଯ୍ୟାତୀୟ ବେଳାଭୂମି ସ୍ୱଛତା ଦିବସ ଅବସରରେ ପାରାଦୀପ ପୌରପାଳିକା, ରାଜନଗର ଶାଖା ବନ୍ୟ ବିଭାଗ ଓ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୂଲ୍ୟରେ ପାରାଦୀପ ସମୁଦ୍ର ବେଳାଭୂମିରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଶନିବାର ସକାଳେ ଆୟୋଜିତ ହୋଇଯାଇଛି l ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ, ଏନସିସି କ୍ୟାଡ଼େଟ୍ସ, ବିଭିନ୍ନ ଅନୁଷ୍ଠାନ ଓ ସଂଗଠନର ସ୍ବେଛାସେବୀ ମାନେ ସାମିଲ ହୋଇଥିଲେ l

ସୂଚନାଥାଉକି, ବନ୍ଦର ନଗରୀ ପାରାଦୀପରେ ସମ୍ପ୍ରତି ଚାଲିଥିବା ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ମହୋତ୍ସବ ରେ ଲକ୍ଷାଧିକ ଲୋକଙ୍କ ସମାଗମ ଓ ବେଳାଭୂମି ପରିଦର୍ଶନ ସମୟରେ ବହୁ ଅଳିଆ ଆବର୍ଜନା ଜମା ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଥାଏ l ଯଦିଓ ପୌର ପ୍ରଶାସନ ପକ୍ଷରୁ ଦୈନନ୍ଦିନ ସଫେଇ କରାଯାଇଥାଏ ଏବଂ ଏହା କଷ୍ଟସାଧ୍ୟ୍ୟ ହୋଇଥାଏ କିନ୍ତୁ ଏହି ସାମୁହିକ ସଫେଇ ଦ୍ୱାରା ବେଳାଭୂମି ଅନେକାଂଶ ସ୍ୱଚ୍ଛ ହୋଇଥାଏ l ଏହି କାର୍ଯ୍ୟକ୍ରମ ଅବସରରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୌର କାର୍ଯ୍ୟନିର୍ବାହୀ ଅଧୁକାରୀ ଅଭିଷେକ ପଣ୍ଡା, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ପୁଷ୍କର ଚନ୍ଦ୍ର ବେହେରା,ପରିବେଷବିତ ଇଂ.ଅମରେଶ ନରେଶ ସାମନ୍ତ,ପାରାଦୀପ ବିଧାୟକ ଙ୍କ ପ୍ରତିନିଧି ସର୍ବେଶ୍ୱର ବଳିୟାରସିଂହ, ପାରିଷଦ ସୁବ୍ରତ ପ୍ରଧାନ, ସମାଗୋଳ ସଂସ୍କୃତ ମହାବିଦ୍ୟାଳୟ ର ପୋଗ୍ରାମର ହେମନ୍ତ କୁମାର ମୁଦୁଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନ ର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ବେଳାଭୂମି ସଫେଇ ସମେତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ

Leave a Reply

Your email address will not be published. Required fields are marked *