ଆନ୍ତ ଜିଲ୍ଲା ବାଇକ୍ ଚୋରି ଗ୍ୟାଙ୍ଗ ର ୪ ଜଣ ଗିରଫ ଓ ୧୩ ବାଇକ୍ ଜବତ
ଆଠଗଡ: ଏକ ଆନ୍ତ ଜିଲ୍ଲା ବାଇକ୍ ଚୋର ଗ୍ୟାଙ୍ଗ ର ପର୍ଦ୍ଦାଫାଶ କରିଛି ଖୁଣ୍ଟୁଣି ପୋଲିସ। ଏ ସଂକ୍ରାନ୍ତରେ ମୁଖ୍ୟ ଅଭିଯୁକ୍ତ ସମେତ ୪ ଜଣକୁ ଗିରଫ କରିଛି ପୋଲିସ। ପୋଲିସ ଏ ସଂକ୍ରାନ୍ତ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ବିସ୍ତୃତ ତଥ୍ୟ ପ୍ରକାଶ କରିଛି। ଟାଙ୍ଗୀ – ଚୌଦ୍ଵାର ଡିଏସପି ଉମାକାନ୍ତ ନାୟକ ଓ ଖୁଣ୍ଟୁଣି ଥାନା ଆଆଇସି ରଞ୍ଜନ ପ୍ରଧାନ ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ।ଅଭିଯୁକ୍ତ ମାନେ ହେଲେ କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମର ମୁଖ୍ୟ ଅଭିଯୁକ୍ତ ରାଜା ଓରଫ ଲୁଲୁ ମହନ୍ତ,ଖୁଣ୍ଟୁଣି ଥାନା ଅନ୍ତର୍ଗତ ଡ଼ାଲୁଆ ଗ୍ରାମର ମନ୍ ଓରଫ ମନୋଜ ଦେହୁରୀ ଓ ମାଣିତିରି ଗ୍ରାମର ବିଜୁ ଦେହୁରୀ, ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ କୁସପାଙ୍ଗି ଗ୍ରାମର ସତ୍ୟନାରାୟଣ ବେହେରା।ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡିପିଓ ଶ୍ରୀ ନାୟକ ସୂଚନା ଦେଇଛନ୍ତି।ଏହି ଅଭିଯୁକ୍ତ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରି ଆଣି କୁଷ୍ପଙ୍ଗି ଓ ଡାଳୁଆ ଠାରେ ରଖୁଥିଲେ।ଚଳିତ ମାସ ୭ ତାରିଖରେ ଗୁଣ୍ଡୁଚି ଥାନା ଅନ୍ତର୍ଗତ ସାବିତ୍ରୀ ପୁର ଗ୍ରାମର କାଳନ୍ଦୀ ବେହେରାଙ୍କ ଏକ ବାଇକ୍ ଚୋରିଯାଇଥିବାର ଅଭିଯୋଗ ଖୁଣ୍ଟୁଣି ଥାନାରେ ହୋଇଥିଲା। ତଦନ୍ତକାରୀ ଅଧିକାରୀ ଉପନିରିକ୍ଷକ ପ୍ରିୟଦର୍ଶନ ସେଠୀ ଓ ଆଇ ଆଇ ସି ରଞ୍ଜନ ପ୍ରଧାନ ତଦନ୍ତ କରି ଦାଲୁଆ ଗ୍ରାମର ମନୋଜଙ୍କ ଠାରୁ ଚୋରି ବାଇକ୍ କୁ ଜବତ କରିଥିଲେ।ମନୋଜ ଙ୍କ ବୟାନ କୁ ଭିତ୍ତିକରି ଲୁଲୁ କୁ ପଚରା ଉଚରା କରିଥିଲା।ସେମାନେ ବାଇକ୍ ଗୁଡ଼ିକ ଚୋରିକରି ଆଣି ଖୁଣ୍ଟୁଣି ଷ୍ଟେସନ ରୋଡ ବିଜୁ ଦେହୁରୀ ଙ୍କ ଗ୍ୟାରେଜ ରେ ନମ୍ବର ପ୍ଲେଟ ବଦଳାଇ ବିକ୍ରି କରୁଥିଲେ।ଏହି ଆନ୍ତଜିଲ୍ଲା ଡକାୟତ ଦଳକୁ ଠାବ କରି ଗିରଫ କରିବାକୁ ଏସଡିପିଓ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଆଇଆଈସି ରଞ୍ଜନ ପ୍ରଧାନ ଙ୍କ ନେତୃତ୍ୱରେ ଏସଆଇ ପ୍ରିୟଦର୍ଶନ ସେଠୀ,ପ୍ରୀତି ରାୟ ଓ ଦୁଇ ଜଣ କନେଷ୍ଟବଳ ଙ୍କୁ ନେଇ ଏକ ଅନୁସନ୍ଧାନ କାରି ଟିମ ଗଠନ କରାଯାଇଥିଲା।ଅଭିଯୁକ୍ତ ମାନଙ୍କ ବୟାନ କୁ ଭିତ୍ତି କରି ବିଭିନ୍ନ ସ୍ଥାନରୁ ପୋଲିସ ୧୩ ଟି ବାଇକ୍ ଜବତ କରିଛି।ଏହି ମାମଲାରେ ଆହୁରି ଅଧିକ ବ୍ୟକ୍ତି ସଂପୃକ୍ତ ଥିବା ଓ ଅଧିକ ବାଇକ୍ ଜବତ ହେବାର ସମ୍ଭାବନା ଥିବାରୁ ପୋଲିସ ଅଧିକ ତଥ୍ୟ ଦେବାକୁ ମନା କରିଥିଲା। ଖୁଣ୍ଟୁଣି ଥାନାରେ ୧୮୪/୨୫ ରେ ଏକ ମାମଲା ଦାଏର କରି ପୋଲିସ ତଦନ୍ତ ଜାରି ରଖିଛ।
