ଆପଣଙ୍କ ପୁଞ୍ଜି,ଆପଣଙ୍କ ଅଧିକାର” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।୨ ବର୍ଷ ରୁ ଅଧିକ ଓ ୧୦ବର୍ଷ ପଯ୍ୟନ୍ତ ଅଚଳ ଥିବା ବ୍ଯାଙ୍କ ଖାତାରେ ପଡ଼ି ରହିଥିବା ଟଙ୍କା ଦାବିହୀନ ଜମା ଗୁଡିକୁ ଆର୍ ବି. ଆଇ ଡିଇଏ ପାଣ୍ଠି କୁ ସ୍ଥାନାନ୍ତର ଇତ୍ଯାଦି ଉପରେ ସଚେତନତା କରାଯାଇଥିଲା । ଉକ୍ତ ଶିବିର ରେ ଦୀର୍ଘ ବର୍ଷ ଧରି କାରବାର ହେଉନ ଥିବା ବ୍ଯାଙ୍କ ଖାତା କିମ୍ବା ଜମା ରାଶି ର ଦାବିହୀନ ପ୍ରଧାନ ସହିତ ବ୍ଯାଙ୍କ ଗୁଡିକ ରେ ଖାତାର ଜମା ଥିବା ପୁଞ୍ଜି କିପରି ଖାତା ଧାରୀ କିମ୍ବା ମୃତ ବ୍ଯକ୍ତି ଙ୍କ ପରିବାରବର୍ଗ ଫେରିପାଇବେ ତାହା ଉପରେ ସଚେତନତା କରାଯାଇଥିଲା l

ଅକ୍ଟୋବର ମାସ ରୁ ଆରମ୍ଭ ହେଇଥିବା ଏହି ଶିବିର ଡିସେମ୍ବର ଶେଷ ପଯ୍ୟନ୍ତ ଚାଲିବ l କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ର ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ପାଳନ ହେଉଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ ର ଏଲ୍ ଡି ଓ ଅବିନାଶ ରାଉତ, ଷ୍ଟେଟ ବ୍ୟାଙ୍କ କ୍ଷେତ୍ରୀୟ କାର୍ଯ୍ୟାଳୟ ଅଞ୍ଚିଲିକ ପ୍ରବନ୍ଧକ ଆର ଗଙ୍ଗାଧର ପଟ୍ଟନାୟକ, ଆଞ୍ଚଳିକ ପ୍ରବନ୍ଧକ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସଞ୍ଜୀବ କୁମାର ମିଶ୍ର ସମେତ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଧର୍ମୁରାଜ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ରେ ଚାରିଜଣ ଖାତାଧରୀ ଙ୍କୁ ଚେକ୍ ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବ୍ୟାଙ୍କ୍ ର ବ୍ୟାଙ୍କ୍ ପରିଚାଳକ ଉପସ୍ଥିତ ଥିଲେ ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
