July 2, 2025
Home » ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧୁକାରୀ ଚୟନ ପ୍ରକ୍ରିୟା ଆରମ୍ଭ

ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧୁକାରୀ ଚୟନ ପ୍ରକ୍ରିୟା ଆରମ୍ଭ

0
WhatsApp Image 2025-01-25 at 2.32.54 PM

ରାୟଗଡ଼ ଜିଲ୍ଲାରେ ଗୃହହୀନ ଓ କଢା ଘରେ ରହୁଥ‌ିବା ସମସ୍ତ ପରିବାରଙ୍କୁ ପକ୍କା ଘର ପ୍ରଦାନ ନିମନ୍ତେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ, ରାୟଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଶୁକ୍ରବାର ସକାଳେ ସ୍ଥାନୀୟ ରାୟଗଡ଼ ସଦର ପଞ୍ଚାୟତ ସମିତିପରିସରରୁ ଶୁଭାରମ୍ଭ କରିଥିଲେ । ଜାନୁୟାରୀ ୨୪ ତାରିଖରୁ ପ୍ରାରମ୍ଭ ହୋଇଥୁବା ଏହି ସର୍ଭେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ଭେ ନିମନ୍ତେ ପ୍ରତି ବ୍ଲକର କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାନର ପ୍ରଦର୍ଶନ ସହ ଡାକବାଜି ଯନ୍ନ ସାହାଯ୍ୟରେ ଗ୍ରାମ୍ୟ ସ୍ତରରେ ବହୁଳ ପ୍ରଚାର ଓ ପ୍ରସାର କରାଯାଉଅଛି । ରାୟଗଡା ବ୍ଲକରେ ୨୭୩ ଗୋଟି ରାଜସ୍ବ ଗ୍ରାମରେ ସର୍ଭେ ନିମନ୍ତେ ୫୭ ଜଣ କ୍ଷେତ୍ର କର୍ମଚାରୀ ନିଯୋଜିତ ଥ‌ିବା ଏବିଡିଓ କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି। ଏହି ସର୍ଭେର ପ୍ରମୁଖ ବିଶେଷତ୍ଵ ହେଉଛି ଚଳିତ ସର୍ଭେରେ ଆଶାୟୀ ପରିବାର ନିଜେ ମଧ୍ୟ ନିଜର ସର୍ଭେ କରିପାରିବା ।

ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଭାବେ ପରିଗଣିତ ହେବେ । ଆୱାସ ଆପ ଜରିଆରେ ସର୍ଭେ ଅନୁଷ୍ଠିତ ହେବ ହିତାଧୁକାରୀ ଭୂମିହୀନ ହୋଇଥିଲେ ଏହାର ତଥ୍ୟ ମଧ୍ଯ ଆପରେ ଉଲ୍ଲେଖ କରାଯିବ । ସର୍ଭେରେ ଚିହ୍ନଟ ହୋଇଥବା ହିତାଧିକାରୀଙ୍କ ତାଲିକା ଗ୍ରାମୱାରୀ ପଞ୍ଚାୟତ କାର୍ଯ୍ୟାଳୟରେପ୍ରଦର୍ଶନ କରାଯିବ ଫଳରେ ଯୋଗ୍ୟ ହିତାଧିକାରୀ ସୁଯୋଗ ପାଇପାରିବେ I ହିତାଧ୍ୟାକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ, ଫ୍ରିଜ ଅବା ଲ୍ୟାଣ୍ଡ ଲାଇନ ଫୋନ ଥ‌ିବା ପରିବାର ଅଯୋଗ୍ୟ ବିବେଚନା ହେବେନାହିଁ ଏବଂ ପରିବାର ମାସିକ ଆୟ ଦଶ ହଜାର ଟଙ୍କାରୁ ପନ୍ଦର ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥ‌ିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରୁଥ‌ିବା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଖେମୁଣ୍ଡୁ କହିଛନ୍ତି । ଆଜିର ଉକ୍ତ କାର୍ଯ୍ୟକ୍ରମ ଶୁଭାରମ୍ଭ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ବ୍ଲକ ପ୍ରକଳ୍ପ ସଂଯୋଜକ ମୋହନ ମୂରଲୀ ହାତୀ, ବ୍ଲକ ଆବାସ ଯୋଜନା ସହାୟକ ନୀଳମଣି ପଣ୍ଡା ଓ ଅନ୍ୟାନ୍ୟ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *