ଆମ୍ବେଦକର ଙ୍କ ମାର୍ଗ ଅନୁକରଣ ଲାଗି ଆହ୍ୱାନ

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବସଷ୍ଟାଣ୍ଡ ନିକଟରେ ଥିବା ଏସସି ଏସଟି ଷ୍ଟଲ ପରିସରରେ ରବିବାର ରାତି ୮ ଟା ୩୦ ମିନିଟରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ ଡ଼.ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି l ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନୀତେଇ ପାଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଡୁଙ୍ଗୁରିପାଲି ଥାନା ଏସଆଇ ପ୍ରେମରାଜ ସାହୁ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଚାଷୀ ନେତା, କବି,ତଥା କୋଶଲ ସାମ୍ବାଦିକ ସଂଘର ସଭାପତି ବିପ୍ରଚରଣ ସାହୁ, ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ,ବଲାଙ୍ଗୀର ସାଂସଦ ଙ୍କ ବ୍ଲକ ନୋମିନି ହେମନ୍ତ ବିଶ୍ୱାଳ, ସମାଜସେବୀ କନ୍ଦର୍ପ ସାହୁ,ଲକ୍ଷେଘର ଗଣ୍ଡା ସମାଜର ସମ୍ପାଦକ ପ୍ରକାଶ କୁମ୍ଭାର, ସମାଜ ସେବୀ ବଦ୍ରୀନାରାୟଣ ପାଣ୍ଡିଆ, ଆଇନଜୀବି ବୀରେନ୍ଦ୍ର ଦଣ୍ଡସେନା, ବିବେକାନନ୍ଦ ତ୍ରିପାଠୀ ଯୋଗ ଦେଇଥିଲେ l ଡୁଙ୍ଗୁରିପାଲି ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ କିଶୋର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ l ପ୍ରଥମେ ଅତିଥି ବୃନ୍ଦ ବାବା ସାହେବ ଡ଼. ଆମ୍ବେଦକରଙ୍କ ଫୋଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ଡୁଙ୍ଗୁରିପାଲି ସାର୍ବଜନୀନ ଆମ୍ବେଦକର ସୃତି କମିଟିର ଆବାହକ ଦୀନବନ୍ଧୁ ସୁନାଙ୍କ ତତ୍ଵାବଧାନରେ ଓ ପରିଚୟ ପ୍ରଦାନ ରେ ଅନୁଷ୍ଠିତ ସଭାରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା l କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ମୁଖ୍ୟବକ୍ତା ପ୍ରାଧ୍ୟାପକ ମେହେର କହିଥିଲେ ଯେ, ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ l ତାଙ୍କ ଦର୍ଶନ, ଶିକ୍ଷା ରୁ ଆମେ ବାସ୍ତବ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିବା ଉଚିତ l ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ଼ ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟ ବଳରେ ଯେକୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ପହଁଚି ପାରିବ |ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ଏବଂ ଘଟଣା ବହୁଳ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁକରଣ କରିବା l ନିଜ ଜ୍ଞାନ ବଳରେ ବାବା ସାହେବ ବିଶ୍ଵ ରତ୍ନ ହୋଇପାରିଥିଲେ |ତାଙ୍କ ଆଦର୍ଶ ରେ ଆମେ ଅନୁପ୍ରାଣିତ ହୋଇ ଜ୍ଞାନ ଅର୍ଜନ କରିବାର ଆବଶକ୍ୟତା ରହିଛି l ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗିକାର ହେବାକୁ ଆହ୍ୱାନ କରିଥିଲେ l ମୁଖ୍ୟ ଅତିଥି ଏସଆଇ ସାହୁ ତାଙ୍କ ବକ୍ତବ୍ୟ ରଖି କହିଥିଲେ ଯେ ବାବା ସାହେବ ଆମ୍ବେଦକର ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ଭାରତୀୟଙ୍କୁ ସାମ୍ବିଧାନିକ ଅଧିକାର ବଳ ରେ ସେ ଏକତାବଦ୍ଧ କରିଥିଲେ କହିବା ସହ ସବୁ ବର୍ଗର ଲୋକଙ୍କୁନେଇ ଯେଉଁ ଜୟନ୍ତୀ ପାଳନ କରାଯାଉଛି ତାହା ଭାଇ ଚାରା ସୃଷ୍ଟି କରିବ କହି ପ୍ରଶଂସା କରିଥିଲେ l କବି ବିପ୍ରଚରଣ ସାହୁ କବିତା ମାଧ୍ୟମରେ ବାବା ସାହେବଙ୍କ ଜୀବନୀକୁ ଆଧାରିତ କବିତା ପଠନ କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସେବା ଦେଇ ଆସୁଥିବା ଡୁଙ୍ଗୁରିପାଲିର ଅଗ୍ରଣୀ ଅନୁଷ୍ଠାନ “ସେବା ଫାଉଣ୍ଡେସନ “ର ମିତା ପଟେଲ, ପ୍ରଜ୍ଞାପରମିତା ତ୍ରିପାଠୀ, ଜ୍ୟୋତ୍ସ୍ନା ବାରିକ, ସୁଶାନ୍ତ ବାରିକ, କଲିମ ଖାନ, ଓ ସମାଜ ସେବୀକା ଇନ୍ଦିରା ସାହୁ, ଡ଼କ୍ଟର ସୁବାଷ ପାତ୍ର,ପଦ୍ମନାଭ ବାଗ, ମହେଶ୍ୱର ସୁନା, ଲୀଳାମ୍ବର ବାଗ, ପବିତ୍ର ହରିପାଳ, ନାରୀ ଶକ୍ତିଙ୍କୁ ଅତିଥି ମାନେ ସମ୍ୱର୍ଦ୍ଧିତ କରିଥିଲେ | ଶେଷରେ ସଭାପତି ପାଲ ଧନ୍ୟବାଦ ଅର୍ପଣ କରିଥିଲେ l ଅଭିରାମ ବାରିକ, ରବୀନ୍ଦ୍ର କୁମ୍ଭାର, ରାଜେନ୍ଦ୍ର ସା, ବିଦ୍ୟା ତାଣ୍ଡି,ଦହିଲାଲ ଦୀପ, ସରୋଜ ପାଣ୍ଡେ, ଉଦ୍ଧବ ପଧାନ, ପେ୍ମାନନ୍ଦ ସୁନା ଭୁବନ ନାଗ, ଗଣମାଧ୍ୟମ ପ୍ରତିନିଧି, ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଆମ୍ବେଦକର ପ୍ରେମୀ ଉପସ୍ଥିତ ରହିଥିଲେ| ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର