April 13, 2026
Home » “ଆମ ରୁଚି ଆମ ଖାଦ୍ୟ ” :ଓଡ଼ିଆ ପକ୍ଷ ଅବସରରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ

“ଆମ ରୁଚି ଆମ ଖାଦ୍ୟ ” :ଓଡ଼ିଆ ପକ୍ଷ ଅବସରରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ

0
WhatsApp Image 2026-04-13 at 4.52.18 PM

 

ସୁବର୍ଣ୍ଣପୁର—- ଓଡ଼ିଆ ପକ୍ଷ ପା୧୩ ନମ୍ବର ଦିନରେ ସୁବର୍ଣ୍ଣପୁର ନୂଆ ଟାଉନ ହଳନର ଲ ଠାରେ ସୋନପୁର ପଞ୍ଚାୟତ ସମିତି ଦ୍ୱାରା “ଆମ ରୁଚି ଆମ ଖାଦ୍ୟ” ଶୀର୍ଷକରେ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସୋନପୁର ବ୍ଲକର ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ପ୍ରଦର୍ଶନୀରେ ବିଭିନ୍ନ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ପରିବେଷଣ କରିଥିଲେ।ଏହି ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ସୋନପୁର ଡ଼. ସୌମ୍ୟlରୁପା ରଥ, ସୋନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତୀକ କର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ବୈଜନ୍ତି କର୍ଣ୍ଣ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ପ୍ରୀତି ସୁନା ଯୋଗ ଦେଇଥିଲେ। ପ୍ରଦର୍ଶନୀରେ ବିଭିନ୍ନ ପିଠା, ମିଠା, ମାଣ୍ଡିଆ ଜାତୀୟ ଖାଦ୍ୟ, ରସବରା, ଚକୁଳି ଓ ଚଟଣି ଆଦିର ସୁଗନ୍ଧରେ ଟାଉନ ହଲ ମହକି ଉଠିଥିଲା। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଖାଦ୍ୟମାନଙ୍କୁ ସୁନ୍ଦର ଭାବରେ ପରିବେଷଣ କରି ଦର୍ଶକମାନଙ୍କର ମନ ଜିଣିଥିଲେ। ଏହି ପାରମ୍ପରିକ ଖାଦ୍ୟମାନେ ସ୍ୱାଦିଷ୍ଟ ହେବା ସହିତ ଦେହ ପାଇଁ ମଧ୍ୟ ଉପକାରୀ ବୋଲି ପଞ୍ଚାୟତ ସମିତି ଦ୍ୱାରା ସୂଚନା ଦିଆଯାଇଥିଲା | କାର୍ଯ୍ୟକ୍ରମର ପରିଚାଳନା ସୋନପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୌରଭ ଦାନୀ କରିଥିବାବେଳେ ବୈଜନ୍ତୀ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *