ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ପର୍ବ

ଗଣିଆ – ଗଣିଆରେ ଥିବା ସର୍ବ ପୁରାତନ ତଥା ସଫଳତାର ଶୀର୍ଷରେ ପହଞ୍ଚି ଥିବା ଅନୁଷ୍ଠାନ ଆରସି ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଉପାଧ୍ୟକ୍ଷ ଉମାକାନ୍ତ ବେହେରା ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଗଣିଆ ବ୍ଳକ ଟପ୍ପର ହୋଇଥିବା ଛାତ୍ରୀ ଆଞ୍ଚଳ ଆଚାର୍ଯ୍ୟଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ମହାବିଦ୍ୟାଳୟରେ ବିଜ୍ଞାନରେ ୫୩୧ ନମ୍ବର ରଖିଥିବା ଛାତ୍ରୀ ସୁନିତା ପାଣି,କଳା ବିଭାଗରେ ସର୍ବୋଚ୍ଚ ୫୧୧ ନମ୍ବର ରଖିଥିବା ରୋଜାଲିନ ମୁଦୁଲି,ଲିପିନା ରାଉତଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ଉପାଧ୍ୟକ୍ଷ ଏବଂ ଅଧ୍ୟାପକ ମାନେ ଛାତ୍ରୀ ମାନଙ୍କୁ ମିଳାଇ ଖୁଆଇ ଆର୍ଶୀବାଦ ପ୍ରଦାନ କରିଥିଲେ । ସମସ୍ତ ଛାତ୍ର ଛାତ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ଏବଂ ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ମାନଙ୍କୁ ନିଜ ନିଜର ସଫଳତାର ଶ୍ରେୟ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଗଣିଆରେ ଆରସି ସାମନ୍ତରାୟ ମହାବିଦ୍ୟାଳୟ ଏକ ବିଜ୍ଞାନ କଲେଜ ଭାବେ ଆରମ୍ଭ କରାଯାଇଥିବା ବେଳେ ଗତ ୫ ବର୍ଷ ଧରି ଏଠାରେ କଳା ବିଭାଗର ଶୁଭାରମ୍ଭ ହୋଇଛି । ମହାବିଦ୍ୟାଳୟର ଶୈଖିକ ପରିବେଶ,ଉତ୍ତମ ଶିକ୍ଷାଦାନ, ଆଧ୍ୟାତ୍ମିକତାକୁ ଗୁରୁତ୍ବ,କ୍ରିଡ଼ା ସହିତ କମ୍ପୁଟର ଶିକ୍ଷା,ହଷ୍ଟେଲ ଆଦି ସୁବିଧା ସହିତ ବିଜ୍ଞାନ ବିଭାଗରେ ଅଧିକ ସିଟ୍ ରହୁଥିବାରୁ ଦୂରଦୂରାନ୍ତରୁ ଛାତ୍ର ଛାତ୍ରୀ ଏଠାରେ ରହି ପାଠ ପଢି ପାରୁଛନ୍ତି ।
ଗଣିଆରୁ ବ୍ରଜକିଶୋର ସାହୁ ଇପିଏ