October 22, 2025
Home » ଆରୋହଣ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

ଆରୋହଣ ଟ୍ରଷ୍ଟ ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର

0
WhatsApp Image 2025-10-12 at 6.42.44 PM (1)

ଭୁବନେଶ୍ୱର, ଜୟଦେବ ବିହାର: ଆରୋହଣ ଟ୍ରଷ୍ଟ ପକ୍ଷରୁ ନିଗମ ହେଲ୍ଥ କେୟାର,କୈବଲ୍ୟ ଫିଶିଓ ଥେରାପି ଓ ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ ସହଭାଗିତା ରେ ଜୟଦେବ ବିହାର ଏନ୍–୬ ରାମେଶ୍ୱର ମନ୍ଦିର କମ୍ୟୁନିଟି ସେଣ୍ଟରରେ ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରର ଉଦ୍ଦେଶ୍ୟ ଥିଲା — ସାଧାରଣ ଲୋକଙ୍କ ପାଖକୁ ଗୁଣବତ୍ତାପୂର୍ଣ୍ଣ ଚିକିତ୍ସା ସେବା ପହଞ୍ଚାଇବା ଏବଂ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ।

ଏହି ଶିବିରରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅରବିନ୍ଦ ଢାଲୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନ, ରମାଦେବୀ ମହିଳା ମହାବିଦ୍ୟାଳୟର ଚେୟାର ପ୍ରଫେସର ଡା. ସୁଚେତା ପ୍ରୀୟବାଦିନୀ, ମଣ୍ଡଳ ସଭାପତି ପ୍ରଦୀପ୍ତ କୁମାର ଜେନା, ଜିଲ୍ଲା କାର୍ଯ୍ୟକର୍ତ୍ତା ସୁଶାନ୍ତ ଜେନା ,ଅନଙ୍ଗ ବିକ୍ରମ ବିଶ୍ୱାଳ ଓ ଆଇନଜୀବୀ ଶ୍ରୀମତୀ ମୋନାଲିସା ମହାପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।

ଶିବିରରେ ରକ୍ତ ଓ ରକ୍ତଚାପ ପରୀକ୍ଷା, ଔଷଧ ବିଭାଗ, ଅସ୍ଥିଶଲ୍ୟ ବିଭାଗ, ସ୍ନାୟୁ ଓ ମାନସିକ ବିଭାଗ, ଦନ୍ତ ବିଭାଗ ଓ ଫିଜିଓଥେରାପି ବିଭାଗର ଅଭିଜ୍ଞ ଡାକ୍ତରମାନେ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ । ପ୍ରାୟ ଦୁଇ ଶତାଧିକ ରୋଗୀ ଏହି ଶିବିରରେ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିଥିଲେ । ସମସ୍ତ ରୋଗୀଙ୍କୁ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା ।ଏହି ସଫଳ କାର୍ଯ୍ୟକ୍ରମରେ ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦର ସଭାପତି ମନୋରଞ୍ଜନ ମିଶ୍ର, ଉପସଭାପତି ଗଜେନ୍ଦ୍ରନାଥ ବେହେରା ଓ ପ୍ରଶାସନିକ ସଚିବ ରମାକାନ୍ତ ମହାନ୍ତିଙ୍କ ବହୁଳ ସହଯୋଗ ଥିଲା । ଆରୋହଣ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ଅଭିନନ୍ଦନ ଓ ଅଶେଷ ଧନ୍ୟବାଦ ଜଣାଯାଇଛି ।

ଏହି ଅବସରରେ ଆରୋହଣ ଟ୍ରଷ୍ଟ ର ଅଧ୍ୟକ୍ଷ ଶ୍ରୀ ସ୍ୱପ୍ନେନ୍ଦୁ ମହାନ୍ତି କହିଛନ୍ତି —

 “ସମାଜର ପ୍ରତ୍ୟେକ ଲୋକଙ୍କୁ ମଜବୁତ ସ୍ୱାସ୍ଥ୍ୟ ସେବା ଅଧିକାର ମିଳିବା ଆମ ସମସ୍ତଙ୍କ ଦାୟିତ୍ୱ । ଆରୋହଣ ଟ୍ରଷ୍ଟ ଏହି ଶିବିର ମାଧ୍ୟମରେ ଏକ ଛୋଟ ପଦକ୍ଷେପ ନେଇଛି  ଯାହା ଆମ ସମାଜକୁ ଆରୋଗ୍ୟମୟ ଓ ସଚେତନ କରିବାରେ ସାହାଯ୍ୟ କରିବ । ଆଗାମୀ ଦିନରେ ଆମେ ଏପରି ଅଧିକ ସେବାମୂଳକ ପ୍ରୟାସ ଜାରି ରଖିବୁ ।”ଆରୋହଣ ଟ୍ରଷ୍ଟ ଦୀର୍ଘଦିନ ଧରି ସମାଜ ସେବା, ନାରୀ ସଶକ୍ତିକରଣ,ଶିଶୁ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ମାମଲାରେ ଅଗ୍ରଣୀ ଭୂମିକା ନେଇଆସୁଛି । ଆଗାମୀ ଦିନରେ ମଧ୍ୟ ଏପରି ସେବାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ସବୁ ସ୍ତରକୁ ସେବା ଓ ସଚେତନତା ପହଞ୍ଚାଇବା ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *