July 1, 2025
Home » ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ର ପରିଦର୍ଶନ

ଆର୍ଦ୍ରଭୂମି ସମ୍ପର୍କିତ କ୍ଷେତ୍ର ପରିଦର୍ଶନ

0
WhatsApp Image 2025-01-30 at 11.16.32 AM

l
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ସିଂହିଯୁବା ତରଫରୁ ଜାମପାଲି ଘାଟି ଘଟିଏନ ରେ ଥିବା ପୁରାତନ ଆର୍ଦ୍ରଭୂମିକୁ କ୍ଷେତ୍ରଭୂମି ପରିଦର୍ଶନରେ ଯାଇ ପ୍ରାକୃତିକ ଭାବେ ଜ୍ଞାନ ଆହରଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଧନଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ବିଦ୍ୟାଳୟର ୧୦୫ ଜଣ ଛାତ୍ରଛାତ୍ରୀଙ୍କୁ ଇକୋ କ୍ଲବ ତରଫରୁ ଆର୍ଦ୍ରଭୂମି ର ଆବଶ୍ୟକତା, ତାହାର ସଂରକ୍ଷଣ ବିଷୟରେ ମାୟାବର୍ହା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ଓ ସମଲେଇଚୁଆଁ ହାଇସ୍କୁଲ ର ପ୍ରଧାନଶିକ୍ଷକ ଲୋକନାଥ ମେହେର ତାଲିମ ଦେଇଥିଲେ। ସମ୍ବଲପୁର ସ୍ଥିତ ଗାୟତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ଆର୍ଦ୍ରଭୂମି ର ବ୍ୟବହାର, ଉପଯୋଗୀତା,ଅବକ୍ଷୟ ତଥା ସଂରକ୍ଷଣ ବିଷୟରେ ଏକ ସାରଗର୍ଭକ ପ୍ରକଳ୍ପ ପ୍ରଦର୍ଶନ କରି ଛାତ୍ରଛାତ୍ରୀ ଙ୍କୁ ଆର୍ଦ୍ରଭୂମି ସମ୍ପର୍କ ରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଫଗନୁ କୁମ୍ଭାର ,ଶିକ୍ଷକ ରାଜାରାମ ପ୍ରଧାନ, ପ୍ରେମରାଜ ପତି, ପଞ୍ଚାନନ ପଣ୍ଡା, କୁଞ୍ଜ ବିହାରୀ ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ ଶିବ ପ୍ରସାଦ ଭୁଏ ସଂଯୋଜନା କରିଥିଲେ ଓ ସଦାନନ୍ଦ ପାଢ଼ୀ, ବିଜୟ ମିସ୍ତ୍ରୀ ସହଯୋଗ କରିଥିଲେ।ଶିକ୍ଷକ ପଦ୍ମନାଭ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ। ସଞ୍ଜୀବ, କିରଣ, ଲିପି, କିଶୋର, ମୀନକେତନ,ବିଭୀଷଣ, ସୁରଜ୍, ସମୀର, ରାକେଶ ପ୍ରଭୁତି ସହଯୋଗ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *