ଆର ଏମ ଆଇ ଟି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ବ୍ରହ୍ମପୁର :କନିଶି ନିକଟସ୍ଥ ଗୋବିନ୍ଦପୁର ସ୍ଥିତ ଆର ଏମ ଆଇ ଟି ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟରେ ଆଜି ପ୍ରଥମ ବର୍ଷ ଛାତ୍ର ଛାତ୍ରୀ ମାନଙ୍କୁ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀମାନଙ୍କଦ୍ୱାରା ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଇଂ ଜିତେନ୍ଦ୍ର କୁମାର ପଣ୍ଡା ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସଵକୁ ଉଦଘାଟନ କରିଥିବା ବେଳେ, ଅନୁଷ୍ଠାନର ନିର୍ଦେଶକ ତଥା ହେଚ ଆଇ ଟି ର ଚେୟାରମ୍ୟାନ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗଦେଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଇଂ ଧିରଜ୍ କୁମାର ପଣ୍ଡା, ଡ ଲକ୍ଷ୍ମୀକାନ୍ତ ପଣ୍ଡା, ଆର ଏମ ଆଇ ଟି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଶୃଙ୍ଖଳିତ ଜୀବନ ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବ ରେ ହେଚ୍ ଆଇ ଟି ର ଅଧ୍ୟକ୍ଷ ଇଂ ଶିବ ପ୍ରସାଦ ମହପାତ୍ର ସଭାପତିତ୍ଵ କରି ନୂତନ ଭାବେ ଯୋଗ ଦେଇ ଥିବା ଛାତ୍ରଛାତ୍ରୀ ଙ୍କୁ ମାର୍ଗଦର୍ଶନ କରିଥିଲେ ।ବିଦ୍ୟାର୍ଥୀ ମାନେ ଈଶ୍ବର ,ପରିଶ୍ରମ ଓ ବିଦ୍ୟାରେ ମନ ଲଗେଇବା ସହ କୁସଙ୍ଗ, ସ୍ୱାର୍ଥ ଓ ନିନ୍ଦା ଠାରୁ ଦୁରେଇ ରହିବା ପାଇଁ ଇଂ ପଣ୍ଡା ପରାମର୍ଶ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ସ୍ୱେତାଲିନା ପଣ୍ଡା, ଅଜିତ କୁମାର ମହାପାତ୍ର, ସୁଶାନ୍ତ କୁମାର ସାହୁ, ସସ୍ମିତା ବାହିନୀପତି, ରାକେଶ ସାହୁ ସମେତ ଅନୁଷ୍ଠାନ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ସହଯୋଗ କରିଥଲେ। ଶେଷରେ ଆର ଏମ ଆଇ ଟି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।