ଆର ଏସ ଏସ ର ଶତାବ୍ଦୀ ବର୍ଷ କାର୍ଯ୍ୟକ୍ରମ ର ଆଲୋଚନା
ସୁବର୍ଣ୍ଣପୁର: ସଂଘ ର ଶତାବ୍ଦୀ ବର୍ଷ ପାଳନ ଅବସରରେ ସ୍ୱାମୀ ଜୀବନ ଚୈତନ୍ୟ ଜୀ ମହାରାଜ ସମ୍ବଲପୁର ଜ଼ିଲ୍ଲା କମ୍ପରା ମଠ ରୁ କନ୍ଧମାଳ ର ଶଙ୍କରାଚାର୍ଯ୍ୟ ଆବାସିକ କନ୍ୟା ବିଦ୍ୟାଳୟ ଜାଲେସପଟ୍ଟା କୁ ଯିବା ବାଟରେ ବୌଦ୍ଧ ସ୍ଥିତ ସଂଘ କାର୍ଯ୍ୟାଳୟ ରେ ଜ଼ିଲ୍ଲା ର ସଂଘ କାର୍ଯ୍ୟକର୍ତ୍ତା ଙ୍କ ସହ ସପ୍ତସୁତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ର କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିଥିଲେ l ବିଗତ ଦିନ ର ବାଧା ବିଘ୍ନ ଓ ଘାତ ପ୍ରତିଘାତ କୁ ଅତିକ୍ରମ କରି ସଂଘ ତାର ପ୍ରଗତି ପଥରେ ଆଗେଇ ଚାଲିଛି ଓ ଲକ୍ଷ୍ୟ ପୂରଣ କରିବା ଦିଗରେ ଶତତ ପ୍ରୟାସରତ ରହିଛି l ବର୍ତ୍ତମାନ ଆମକୁ ଗୃହ ସମ୍ପର୍କ ଅଭିଯାନ କରିବାର ଅଛି l ପ୍ରତ୍ୟକ କାର୍ଯ୍ୟକର୍ତ୍ତା ଓ ବିଚାର ର ଶୁଭେଛୁ, ନିଜର ବ୍ୟକ୍ତିଗତ କାର୍ଯ୍ୟକୁ ଯୋଜନା କରି ଦିନକୁ 2 ଘଣ୍ଟା ଓ ସପ୍ତାହକୁ 1 ଦିନ ପ୍ରବାସ କରି ସଂଘ କାର୍ଯ୍ୟକୁ ଗତି ଦେବାକୁ ଆଗ୍ରହ ରଖି ଥିଲେ l ବୌଦ୍ଧ ଜ଼ିଲ୍ଲାରେ ଜାନୁଆରୀ ମାସରେ ହିନ୍ଦୁ ସମ୍ମିଳନୀ ଉତ୍ସବ ରେ ସ୍ୱାମୀଜୀ ଙ୍କ ମାର୍ଗଦର୍ଶନ ରହିବ ବୋଲି ମାନନୀୟ ଜ଼ିଲ୍ଲା ସଂଘଚlଳକ ସୂଚନା ଦେଇଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
