May 9, 2025
Home » ଆଲୋକ ପର୍ବ ଦୀପାବଳି ଉପଲକ୍ଷେ ମାଟି ଦୀପ ବାଣ୍ଟିଲେ ଯୁବ ସମାଜସେବୀ।

ଆଲୋକ ପର୍ବ ଦୀପାବଳି ଉପଲକ୍ଷେ ମାଟି ଦୀପ ବାଣ୍ଟିଲେ ଯୁବ ସମାଜସେବୀ।

0
WhatsApp Image 2024-10-31 at 12.00.57 PM

ବ୍ରହ୍ମପୁର’୩୦/୧୦/୨୪ଦିନକ ପରେ ଆସୁଛି ଦୀପାବଳି। ଏଥି ପାଇଁ ବଜାରରେ ଭଳିକି ଭଳି ଦୀପ ବିକ୍ରି ହେଉଛି। କିନ୍ତୁ ମାଟି ଦୀପ ତୁଳନାରେ କସମେଟିକ ଦୀପର ଚାହିଦା ବଢ଼ିବାରେ ଲାଗିଛି। ଫଳରେ କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି।ଏପରି କିଛି କୁମ୍ଭାର ପରିବାରଙ୍କ ନିକଟରୁ କିଣି ଆଣି ମାଟି ଦୀପ ବାଣ୍ଟିଲେ ବ୍ରହ୍ମପୁରର ଯୁବ ସମାଜସେବୀ ଏସ. ଅଜିତ କୁମାର ପାତ୍ର।ସ୍ଥାନୀୟ ଗାନ୍ଧୀ ନଗର ଛକ ଠାରେ ପ୍ରାୟ ପାଞ୍ଚ ହଜାର ମାଟିଦୀପ ବଣ୍ଟନ କରିଛନ୍ତି ଶ୍ରୀ ପାତ୍ର।ଦିନ ଥିଲା ମାଟି ସାମଗ୍ରୀ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଥିଲେ କୁମ୍ଭାର ସମ୍ପ୍ରଦାୟର ଲୋକେ।ସଂପ୍ରତି ପ୍ଲାଷ୍ଟିକ, ଷ୍ଟିଲ, ଚାଇନା ମାଟି ଭଳି ଘରୋଇ ଉପକରଣ ମିଳିବା ପରେ ମାଟି ସାମଗ୍ରୀର ଚାହିଦା କମିବାରେ ଲାଗିଛି। କେବଳ ପୂଜାପାର୍ବଣ, ଯାନିଯାତ୍ରା, ବିବାହ ଓ ବ୍ରତରେ ଖୋଜା ପଡ଼ିଥାଏ ମାଟି ତିଆରି ଦୀପ, ହାଣ୍ଡି ଇତ୍ୟାଦି।

ତେଣୁ ଏହି କୌଳିକ ବୃତ୍ତି ଆପଣାଇ ପରିବାର ଚଳାଇବା କୁମ୍ଭାର ପରିବାର ପାଇଁ କାଠିକର ପାଠ ହୋଇପଡିଛି। ବର୍ତ୍ତମାନ ଅଳ୍ପ କିଛି ପରିବାର ମାଟି ସାମଗ୍ରୀ ତିଆରି କରି ନିଜ କୌଳିକ ବୃତ୍ତିକୁ ଆପଣାଇ ପରିବାର ଚଳାଉଛନ୍ତି। କିନ୍ତୁ ମାଟି ସାମଗ୍ରୀ ବିକ୍ରି କରି ପରିବାର ଚଳାଇବାରେ ସମସ୍ୟା ଦେଖାଦେଉଥିବା କୁମ୍ଭାର ସଂପ୍ରଦାୟର ପରିବାର କହିଛନ୍ତି। କିନ୍ତୁ ଯୁଗ ପରିବର୍ତ୍ତନ ସହିତ ଷ୍ଟିଲ, ପ୍ଲାଷ୍ଟିକ, ଫାଇବର ଭଳି ଘରୋଇ ସାମଗ୍ରୀର ଚାହିଦା ବୃଦ୍ଧି ପାଇବାରୁ ମାଟି ସାମଗ୍ରୀ ପ୍ରତି ଆଉ ଲୋକ ମନ ବଳାଇଲେଣି। ଏଥିଯୋଗୁଁ ମାଟି ସାମଗ୍ରୀର ଚାହିଦା କମିବାରେ ଲାଗିଛି ।ଯଦି ପ୍ରଶାସନ ପକ୍ଷରୁ ମାଟି ସାମଗ୍ରୀ ବିକ୍ରୟ ପାଇଁ ବଜାର ବ୍ୟବସ୍ଥା କରାଯିବା ସହ କୁମ୍ଭାର ପରିବାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ ତେବେ ଏହି କୌଳିକ ବୃତ୍ତି ବଞ୍ଚି ରହିବ ଓ ଦୀପାବଳି ଦିନ ସମସ୍ତେ ଘରେ ଘରେ ମାଟି ଦୀପ ପ୍ରଜ୍ଵଳନ କରିବା ପାଇଁ ଶ୍ରୀ ପାତ୍ର କହିଛନ୍ତି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *